Odisha Link
Bridging the Missing Links in Odisha

ଦାଦନ ରୋକିବ ସ୍ୱତନ୍ତ୍ର ସ୍କ୍ୱାଡ ବ୍ୟବସ୍ଥା

ଭୁବନେଶ୍ୱର: ଦାଦନ ଚାଲାଣ ରୋକିବାକୁ ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ। ଦାଦନ ଚାଲାଣ ରୋକିବା ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଡିଜିପି ବି.କେ ଶର୍ମା। ତାଙ୍କ ସୂଚନା ଅନୁଯାୟୀ ୨ ଦିନରେ ୪୧ ଦାଦନ ସର୍ଦ୍ଧାରଙ୍କୁ ଗିରଫ କରାଯାଇଥିବାବେଳେ ମୋଟି ୧୧ଟି ମାମାଲା ରୁଜୁ କରାଯାଇଛି। ବଲାଙ୍ଗିରେ ୨୫ ଓ ନୂଆପଡ଼ାରୁ ୧୬ ଜଣ ଦାଦନ ସର୍ଦ୍ଧାରଙ୍କୁ ଗିରଫ କରାଯାଇଛି। ଦାଦନ ଚାଲାଣ ରୋକିବାକୁ ଉତ୍ତରାଞ୍ଚଳ ଡିଆଇଜି ସ୍ଥିତି ଅନୁଧ୍ୟାନ କରିବେ। ଆଇନ ଅନୁଯାୟୀ ଦଲାଲଙ୍କୁ ସର୍ବନିମ୍ନ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି।