ଜିରୋ-ଏଫ କାର୍ଯ୍ୟକ୍ରମ ପ୍ରସ୍ତୁତି

କଟକ: ପ୍ରତିବର୍ଷ ମାଟ୍ରିକ୍ ପରୀକ୍ଷାରେ ପିଲା ଫେଲ ହୋଇଥିାନ୍ତି। ହେଲେ ଆଗକୁ ଯେପରି କେହି ଫେଲ ନହେବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ କଟକ ଜିଲ୍ଲାରେ ମିଶନ ଜିରୋ-ଏଫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏନେଇ ସବୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି କରିଛନ୍ତି। କେହି ଯେମିତି ଫେଲ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପିଲାଙ୍କ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଠାରୁ ବଡ଼ କଥା ହେଲା ଏଣିକି ବିଇଓଙ୍କ ଲିଖିତ ଅନୁମତି ବିନା ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଛୁଟି ନେଇପାରିବେନି। ଏହାଛଡ଼ା ଶିକ୍ଷକଙ୍କ ଉପସ୍ଥାନ ଜାଣିବାକୁ ବିଇଓମାନଙ୍କୁ ସରପ୍ରାଇଜ ଭିଜିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫-ଟି ଭିତରେ ମିଶନ ଜିରୋ-ଏଫ ଥିବାରୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି।