Odisha Link
Bridging the Missing Links in Odisha

ଟ୍ରକକୁ ପଛରୁ ପିଟିଲା ଟ୍ରକ

କେନ୍ଦୁଝର: କେନ୍ଦୁଝର ରଙ୍ଗମାଟିଆରେ ଏକ ଦୁଗ୍ଧ ବୁହା ଟ୍ରକକୁ ପଛପଟୁ ଧକ୍କା ଦେଇଛି କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ରଙ୍ଗମାଟିଆ ଗାଁ ନିକଟରେ ଆଜି ସକାଳୁ ଦୁଗ୍ଧ ବୋଝେଇ ମିନି ଟ୍ରକଟି ଗାଡିରୁ ସାମଗ୍ରୀ ଓହ୍ଲାଉଥିବା ବେଳେ ପଛପଟୁ କୋଇଲା ବୋଝେଇ ଏକ ଟ୍ରକ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

Comments are closed.