Odisha Link
Bridging the Missing Links in Odisha

ଟିକଟକ କଲା ବାୟା

ରାଉରକେଲା: ଆଜି କାଲି ଟିକ୍‌ଟକ୍ ଭିଡିଓ ସମସ୍ତଙ୍କୁ ବାୟା କରିଛି । ଟିକ୍‌ଟକ୍ ରେ ଭାଇରାଲ ହେବା ପାଇଁ କିଏ କେତେ ପ୍ରକାର ଭିଡିଓ ପ୍ରସ୍ତୁତ କରିଥାନ୍ତି । ସେହିପରି ଜଣେ ଯୁବକ ଟିକଟକ ଭିଡିଓ ପ୍ରସ୍ତୁତ ସମୟରେ ଛାତରୁ ପଡ଼ି ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି ରାଉରକେଲା ଗୋଳଘର ଅଞ୍ଚଳର ଯୁବକ ଅଲିନ ଗୋଚ୍ଛାୟତ । ଅଲିନ ସେକ୍ଟର-୬ରେ ଥିବା ଇସ୍ପାତ କାରଖାନାର ଏକ ପରିତ୍ୟକ୍ତ ଦୁଇ ମହଲା ଘର ଉପରେ ତାଙ୍କ ସାଙ୍ଗଙ୍କ ସହ ଟିକ୍‌ଟକ୍ ଭିଡିଓ ପ୍ରସ୍ତୁତ କରୁଥିଲେ। ଭିଡିଓ ରେକର୍ଡିଂ ବେଳେ କ୍ୟାମେରା ଆଗରେ ବିଭିନ୍ନ ଭଙ୍ଗୀରେ ଅଭିନୟ କରୁଥିବା ଅଲିନ ଦୁଇ ମହଲା ଛାତରୁ ତଳକୁ ଖସିପଡ଼ିଥିଲେ। ଅଲିନର ସାଙ୍ଗ ଓ ପଡ଼ୋଶୀ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Comments are closed.