Odisha Link
Bridging the Missing Links in Odisha

ମାନସିକ ଅନଗ୍ରସରଙ୍କ ଗହଣରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଭୁବନେଶ୍ୱର ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସକାଳେ ମାନସିକ ଅନଗ୍ରସରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ‘ଚେତନା’ ପରିଦର୍ଶନ କରିଥିଲେ । ମନ୍ତ୍ରୀ ପଣ୍ଡା ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କ ଗହଣରେ ସମୟ ବିତାଇବା ସହିତ ସେମାନଙ୍କୁ ଫଳ ବଣ୍ଟନ କରିଥିଲେ। ମନ୍ତ୍ରୀ ପଣ୍ଡା ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷିକା ଓ ପରିଚାଳନା ଇତ୍ୟାଦି ପ୍ରସଙ୍ଗରେ ବିଭିନ୍ନ ଆଲୋଚନା କରିଥିଲେ ।

୧୯୮୫ ମସିହା ଅଗଷ୍ଟ ମାସରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ୧୩୦ ଜଣ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନୁଷ୍ଠାନର କର୍ମଚାରୀମାନଙ୍କ ବେତନ ତଥା ରକ୍ଷଣାବେକ୍ଷଣ ନିମନ୍ତେ ଗ୍ରାଣ୍ଟ-ଇନ୍‌-ଏଡ୍‌ ପ୍ରଦାନ କରିଥାଏ । ମନ୍ତ୍ରୀ ପଣ୍ଡାଙ୍କ ପରିଦର୍ଶନ ସମୟରେ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ କର୍ପୋରେଟର ସଂଜୟ ସେଠୀ, ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ପାତ୍ର, ‘ଚେତନା’ ଅନୁଷ୍ଠାନର ସଭା ପତି ଡ. ଅଜୟ ମିଶ୍ର, ସଂ ପାଦକ ଡ. ନାରାୟଣ ଚନ୍ଦ୍ର ପତି, କାର୍ଯ୍ୟକର୍ତ୍ତା ଡ. ବିଜୟ ପାତିଲ୍‌ ଓ ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମତିଥି ଅବସରରେ ତାଙ୍କ ମାର୍ଗଦର୍ଶନରେ ମନ୍ତ୍ରୀ ପଣ୍ଡା ‘ଚେତନା’ ଅନୁଷ୍ଠାନ ପରିଦର୍ଶନ କରିବା ସହିତ ମାନସିକ ଅନଗ୍ରସର ପିଲାମାନଙ୍କୁ ଫଳ ବିତରଣ କରିଥିଲେ ।

Comments are closed.