Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ଚଳାଇଲେ ସାଇକେଲ, ବାଣ୍ଟିଲେ ସୁରକ୍ଷା ବାର୍ତ୍ତା

ପାରାଦୀପ: ପାରାଦୀପ ଗସ୍ତ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ମନସୁଖଲାଲ୍‌‍ ମାଣ୍ଡବ୍ୟ। ବନ୍ଦର ନିଷିଦ୍ଧାଞ୍ଚଳ ପରିଦର୍ଶନ କରିବା ସହିତ ସେ ଫିଟ୍‌‍ ଇଣ୍ଡିଆ ସାଇକେଲ୍‌‍ ରାଲିରେ ଯୋଗଦେଇଛନ୍ତି। ଏହି ଅବସରରେ ପାରାଦୀପ ପୋର୍ଟ ଦ୍ୱାରା ନବନିର୍ମିତ କଲ୍ୟାଣ ମଣ୍ଡପ ଲୋକାର୍ପିତ କରିବା ସହିତ ଚାରା ରୋପଣ କରିଛନ୍ତି। ପ୍ଲାଷ୍ଟିକ୍‌ମୁକ୍ତ ଦେଶ ଗଠନ ନାରା ଦେଇ କପଡା ବ୍ୟାଗ୍‌ ବଣ୍ଟନ କରିଛନ୍ତି।

ମନ୍ତ୍ରୀ ମହାଶୟ କଲ୍ୟାଣମଣ୍ଡପରୁ ବନ୍ଦର ପ୍ରଶାସନିକ ଭବନ ପର୍ଯ୍ୟନ୍ତ ସାଇକେଲ ଚଳାଇ ଯାଇଛନ୍ତି। ତାଙ୍କ ସହିତ ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟମାନେ ମଧ୍ୟ ସାମିଲ ରହିଛନ୍ତି। ପ୍ରଶାସନିକ ଭବନରେ ପୋର୍ଟ ୟୁଜର୍ସ ଓ ଷ୍ଟକ୍‌ ହୋଲଡ୍‌ରମାନଙ୍କ ସହିତ ବୈଠକରେ ଯୋଗଦେଇଛନ୍ତି। ବନ୍ଦର ପ୍ରଶାସନର ବିଭାଗୀୟ ମୁଖ୍ୟମାନଙ୍କ ସହିତ ବନ୍ଦରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ତେବେ ନିଜକୁ ଫିଟ‌୍‍ ରଖିବା ପାଇଁ ସାଇକେଲ ଚଳାଇବା ଯେତିକି ଦରକାର ପ୍ରଦୂଷଣ ହ୍ରାସ ଦିଗରେ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ସେ କହିଛନ୍ତି-“ପରିବେଶ ସୁରକ୍ଷା କ୍ଷେତ୍ରରେ ସାଇକେଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଫିଟ୍‌ ଇଣ୍ଡିଆ ଓ ସ୍ୱଚ୍ଛ ଇଣ୍ଡିଆରେ ମଧ୍ୟ ସାଇକେଲ ବଡ଼ ଭୂମିକା ନେଉଛି। ସାଇକେଲ୍‌ ଚଲାଇବା ଦ୍ୱାରା ଶରୀର ବ୍ୟୟାମ କରୁଛି। ଯାହାଦ୍ୱାରା ଶରୀର ରହିବ। ଏହାଛଡ଼ା ଆଖପାଖକୁ ଗଲା ବେଳେ ସାଇକେଲ୍‌ ବ୍ୟବହାର କରିବା ଦରକାର। କାରଣ ଏଥିପାଇଁ ପେଟ୍ରୋଲ ବା ଡିଜେଲ୍‌ରେ ଆବଶ୍ୟକତା ପଡ଼ିବ ନାହିଁ। ଯାହାଦ୍ୱାରା ଖର୍ଚ୍ଚ କମିବା ସହିତ ଶରୀର ସୁସ୍ଥ ରହିବ। ବାୟୁ ପ୍ରଦୂଷଣ ମଧ୍ୟ ରୋକା ଯାଇପାରିବ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଫିଟ୍‌ ଇଣ୍ଡିଆକୁ ସଫଳ କରିବା ପାଇଁ ସମଗ୍ର ଦେଶରେ ସାଇକେଲ ଚଳାଇବା ଅଭିଯାନ କରୁଛି। ମୁଁ ସବୁଦିନ ସାଇକେଲ୍‌ ଚଲାଇ ସଂସଦ ଯାଉଛି। ମୋ ସହିତ ଆଉ କିଛି ସାଂସଦ ମଧ୍ୟ ଯାଉଛନ୍ତି।”

Comments are closed.