Odisha Link
Bridging the Missing Links in Odisha

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୫ର ବୈଠକ

ଭୁବନେଶ୍ୱର :ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୫ର ବୈଠକ ଓଡ଼ିଶା ବିଧାନସଭାର ୫୫ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୫ତମ ବିଧାନସଭା ସମୟରେ ବିଧାନସଭାରେ ଉ ପସ୍ଥା ପିତ ଉକ୍ତ କମିଟିଙ୍କ ୫ମ ରିେ ପାର୍ଟରେ ସ୍ଥାନିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କରେ କମିଟିଙ୍କ ମତାମତ ସୁପାରିଶ ଉପରେ ସଂପୃକ୍ତ ବିଭାଗ ଦ୍ୱାରା ସୁଦ୍ଧା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଉ ପରେ କମିଟି ସମୀକ୍ଷା କରିଥିଲେ । ଏହି ବୈଠକରେ କମିଟିର ସଦସ୍ୟଥିବା ବିଧାୟକ ଡ. ପ୍ରମୋଦ କୁମାର ମଲ୍ଲିକ,ରମେଶ ଚନ୍ଦ୍ର ଜେନା, ମୀନାକ୍ଷୀ ମହନ୍ତ, ସୁଧାଶୁ ଶେଖର ପରିଡ଼ା, ବାସନ୍ତି ହେଞ୍ଚ୍ରମ୍‌, କୁସୁମ ଟେଟେ ଓ ଡ. ବୁଧାନ ମୁର୍ମୁ ଅଂଶଗ୍ରହଣ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ଓଡ଼ିଶା ରାଜ୍ୟ ମେଡିକାଲ୍‌ ନିଗମ ଲି…ର ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡଙ୍ଗୀ ଓ ସ୍ୱାସ୍ଥ୍ୟ ବିଭାଗୀୟ ନିର୍ଦ୍ଦେଶକ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.