ବିଜେଡି ନେତା ପ୍ରସନ୍ନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ..

ବିଜେପୁର: ଆସନ୍ତା ୨୧ରେ ହେବ ବିଜେପୁର ଉପନିର୍ବାଚନ। ସେଥିପାଇଁ ଯୋରଯାର ଚାଲିଛି ପ୍ରଚାର। ଆସନ୍ତାକାଲି ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାରୁ ଆଜି ବିଜେପୁରରେ ତିନି ପ୍ରମୁଖ ଦଳର ହେଭିଓ୍ବେଟ ନେତାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ , ବହୁ ମନ୍ତ୍ରୀ ଏବଂ ସ୍ଥାନୀୟ ନେତା ପ୍ରଚାର ଚଳାଇଥିବା ବେଳେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପ୍ରମୁଖ ନେତା ମାନେ ପ୍ରଚାର ଚଲାଇଛନ୍ତି। ଫଳରେ ବିଜେପୁରରେ ଦେଖିବାକୁ ମିଳିଛି ବୟାନବାଜି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ସମୟରେ ବିଜେଡି ସାଂସଦ ପ୍ରସନ୍ନ ଆଚର୍ଯ୍ୟଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛିନ୍ତି ଯେ, ପ୍ରସନ୍ନ ବାବୁ ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଣିଥିଲେ ହେଲେ ପୁଣି କାହିଁକି ଛାଡ଼ିଲେ ବୋଲି ପ୍ରଶ୍ନ କରିଛନ୍ତି। ପଶ୍ଚିମ ଓଡ଼ିଶାର ବିକାଶ ହେବ କହି ମୁଖ୍ୟମନ୍ତ୍ରୀଙ୍କୁ ଆଣିଥିଲେ। ହେଲେ ନବୀନବାବୁ ବିଜେପୁର ଛାଡି ପଳାଇଲେ। ହେଲେ ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ିଗଲେ, ପ୍ରସନ୍ନ ଆଚାର୍ଯ୍ୟ ଜବାବ ଦେଲେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର। ବିଜେପୁରବାସୀଙ୍କ ଉପରେ କାହିଁକି ଉପନିର୍ବାଚନ ଲଦି ଦିଆଗଲା। ଏବଂ କଂଗ୍ରେସ ଦଳ ଓଡ଼ିଶାରେ ନାହିଁ, ବିଜେଡିର ବି ଟିମ୍ ଭାବେ କାର୍ଯ୍ୟ କରୁଛି। ଏହାର ଉତ୍ତର ବିଜେପୁରବାସୀ ଆସନ୍ତା ୨୧ ତାରିଖରେ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।