Odisha Link
Bridging the Missing Links in Odisha

ପୂବାଂଚଳ ସମ୍ମିଳନୀ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଥିବା ଇନଷ୍ଟିଟ୍ୟୁଟଅଫ ଟାଉନପ୍ଳାନର୍ସ ଇଣ୍ଡିଆର ୨୪ ଟି ଚ୍ୟାପ୍ଟର ମଧ୍ୟରୁ ଅନ୍ୟତମ ଓଡିଶା ଆଂଚଳିକ ଚ୍ୟାପ୍ଟର ଚଳିତ ଅକ୍ଟୋବରମାସ ୧୯ ତାରିଖ ଦିନ ଭୁବେନେଶ୍ୱରର ହୋଟେଲ ନିଉ ମାରିୟନ ଠାରେ ପୂବାଂଚଳ ସ୧ିଳନୀର ଆୟୋଜନ କରିବାକୁ ଯାଉଛି । ଟ୍ରାନଜିଟ୍ ଓରିଏଟେଂଡ ଡେଭେଲପମେଂଟକୁ ନେଇ ଆୟୋଜିତ ହେଉଥିବା ଏହି ସ୧ିଳନୀର ଆଂଚଳିକ ବିଷୟବସ୍ତୁ ରହିଛି ଭବିଷ୍ୟତର କ୍ରୀଡା ନଗରୀ-ଭୁବନେଶ୍ୱର । ସ୍ମାର୍ଟ ସିଟିରେ ଦ୍ରୁତ ବିକାଶ ହେତୁ ଏକଦା ୧୧୧୦ ବର୍ଗ କିଲୋମିଟର ଅଂଚଳରେ ସୀମିତ ଥିବା ଭୁବନେଶ୍ୱର ଏବେ ଏହାର ସିଡିପିକୁ ପୁଣିଥରେ ପରିବର୍ତନ କରିବାକୁ ଚିନ୍ତା ପ୍ରକାଶ କରିଛି । ଭୁବନେଶ୍ୱର ମୁନିସିପାଲ କରପୋରେସନ, ଦୁଇଟି ମୁନସିପାଲିଟି, ଗୋଟିଏ ବିଜ୍ଞପିତ ଅଂଚଳ ପରିଷଦ, ଆଖପାଖରେ ଥିବା ଗ୍ରାମାଂଚଳକୁ ନେଇ ଏହାର ଯୋଜନାଂଚଳର ବିକାଶ ପାଇଁ ଏବେ ଭୁବେନେଶ୍ୱର ବିକାଶ କର୍ତ୍ତୁପକ୍ଷ ଚିନ୍ତା ପ୍ରକାଶ କରିଛନ୍ତି । ଭବିଷ୍ୟତର ଆବଶ୍ୟକତାକୁ ଆଖିଆଗରେ ରଖି ଟ୍ରାନଜିଟ୍ ଓରିଏଟେଂଡ ଡେଭେଲପମେଂଟକୁ ଭିତ୍ତି କରି ନୂଆ ବିକାଶ ଖସଡା ପ୍ରକାଶ କରାଯିବ ଯେପରି ସହରଭିତରେ ଭିଡ ଆଉ ପ୍ରଦୂଷଣକୁ ରୋକିବାପାଇଁ ବ୍ୟକ୍ତିଗତ ମୋଟରଯାନର ବ୍ୟବହାର ରୋକିବା, ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବିସ୍ତୃତ କରିବା, ବାଇସାଇକେଲ ଏବଂ ପାଦଚଲା ପଥିକଙ୍କ ପାଇଁ ଟ୍ରାନଜିଟ ଷ୍ଟେସନ କଡରେ ବ୍ୟବସ୍ଥା କରିବା, ମିଶ୍ର ଭୂମି ବ୍ୟବହାର ଏବଂ ଅଧିକ ଉଚ୍ଚ ଫ୍ଲୋର ଏରିଆ ରେସିଓ ଅନୁଯାୟୀ କର୍ମ ସ୍ଥଳୀ, ବାସଗୃହ, ମନୋରଂଜନ ଏବଂ ଆବଶ୍ୟକୀୟ ଅନ୍ୟ ଉପଯୋଗୀ ବ୍ୟବସ୍ଥାକୁ ସେହି ଅଂଚଳ ମଧ୍ୟରେ ରଖିବା ଏହାର ଅର୍ନ୍ତଭୁକ୍ତ ହେବ । ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟାନସିପ ଏବଂ ୨୦୧୮ରେ ହକି ବିଶ୍ୱକପକୁ ସଫଳତାର ସହ ଆୟୋଜନ କରିବା ପରେ ଏୈତିହ୍ୟପୂର୍ଣ୍ଣ ସହର ଭୁବନେଶ୍ୱରର ନୂଆନାମ କ୍ରୀଡା ସହରର ମାନ୍ୟତା ପାଇଛି ।
ଓଡିଶାର ମାନ୍ୟବର ମୁଖ୍ୟମବୀ ଏଥିନେଇ ସବୁବେଳେ ନିଜର ଆଗ୍ରହ ପ୍ରକାଶ କରି ଆସିଛନ୍ତି ଏବଂ ଯୁବକ ଓ କ୍ରୀଡାରେ ସବୁବେଳେ ନିବେଶ କରି ଏହାକୁ ଭବିଷ୍ୟତ ପାଇଁ ନିବେଶ ବୋଲି କହିଆସିଛନ୍ତି । ସ୍ମାର୍ଟ ସିଟିକୁ ସ୍ପୋର୍ଟ୍ସ ସିଟିରେ ପରିଣତ କରି କ୍ରୀଡା ଜନିତ ଭିତ୍ତିଭୂମିରେ ବୃଦ୍ଧି ଆଣିପାରିଲେ ଓଡିଶା ବିଶ୍ୱ ସ୍ତରୀୟ ଅଲମ୍ପିକ୍ମାନର ଉଭୟ ପୁରୁଷ ଏବଂ ମହିଳା କ୍ରୀଡାବିତ୍ ବାହାର କରିପାରିବ । ପ୍ରତାପ ଜେନା, ମାନ୍ୟବର ମବୀ ପଂଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏହି ଅବସରରେ ମୁଖ୍ୟ ଅତିଥିରୂପେ ଉପସ୍ଥିତ ରହି ଏହି ସ୧ିଳନୀକୁ ଉଦ୍ଘାଟନ କରିବେ ବୋଲି ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ସମ୍ମାନୀତ ଅତିଥିଭାବେ ପ୍ରେମଚନ୍ଦ ଚୌଧୂରୀ ଆଇଏଏସ, କମିଶନର ଭୁବନେଶ୍ୱର କରପୋରେସନ, ଭାଇସଚେ.ୟାରମ୍ୟାନ ଭୂବନେଶ୍ୱର ଡେଭେଲପମେଂଟ ଅଥରିଟି ଏବଂ ସିଇଓ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ଉପସ୍ଥିତ ରହିବେ । ପ୍ରଫେସର ଡି. ଏସ ମେସରାମ ସଭାପତି, ଆଟିପିଆଇ ନୂଆ ଦିଲ୍ଲୀ ନିଜର ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ଥିବା ବେଳେ ଆଇଟିପିଆଇ ନୂଆଦିଲ୍ଲୀର ମହାସଚିବ ପ୍ରଦୀପ କପୁର ଆଟିପିଆଇ ଏବଂ ଏହି ଆଂଚଳିକ ସ୧ିଳନୀ ବିଷୟରେ ସମ୍ୟକ ସୂଚନା ଦେବେ । ଏଥିରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ ।
ପ୍ରଥମ ବୈଷୟିକ ଅଧିବେଶନରେ ଅହ୧ଦାବାଦ ନିର୍ମା ବିଶ୍ୱବିଦ୍ୟାଳୟର ପ୍ରଫେସର ଉତ୍ପଳ ଶର୍ମା, କ୍ୱାଂଟମ ଲିପ୍ ଷ୍ଟୁଡିଓ ଭୁବନେଶ୍ୱରର ଏଇସିପପି ନିର୍ଦ୍ଦେଶକ ବଙ୍କିମ କାଲରା, ସ୍କୁଲ ଅଫ ପ୍ଲାନିଂ ଏବଂ ଆର୍କିଟେକଚର ଭୋପାଳର ପ୍ଲାନିଂ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ନିଖିଳ ରଂଜନ ମଣ୍ଡଳ ଏବଂ ରାଜୀବଗାନ୍ଧି ନ୍ୟାସନାଲ ଇନଷ୍ଟିୁ୍ୟଟ ଅଫ ୟୁଥ ଡେଭେଲପମେଂଟର ତାମିଲନାଡୁର ଡ. ପୀତବାସ ସାହୁ ଟ୍ରାନଜିଟ୍ ଓରିଏଟେଂଡ ଡେଭେଲପମେଂଟ ବିଷୟରେ ନିଜର ବକ୍ତବ୍ୟ ରଖିବେ । ଦ୍ୱିତୀୟ ବୈଷୟିକ ଅଧିବେଶନରେ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବ୍ୟାଙ୍କକ୍ ର ପ୍ରଫେସର ଏମରିଟସ୍ ଡ, ଜେ.କେ ରାଉତରାୟ , ଜେଏନୟୁର ପ୍ରଫେସର ଡ. ସରୱାନ କୁମାର ଆଚାର୍ଯ୍ୟ ଏବଂ ଭୁବନେଶ୍ୱର ଅର୍ବାନ ପ୍ଲାନର ଡ. ପିୟୁସ ରଂଜନ ରାଉତ୍ଏ ହି ଉପଲକ୍ଷେ ଭବିଷ୍ୟତର କ୍ରୀଡା ସହର:- ଭୁବନେଶ୍ୱର ଶୀର୍ଷକ ବିଷୟ ଉପରେ ନିଜର ମତ ରଖିବେ । ଓର୍ବଶେଷରେ ପ୍ରେମ କୁମାର ଝା ଆଇଏଫଏସ ତଥା ଓଡିଶା ସରକାରଙ୍କର ଗୃହ ଏବଂ ନଗର ଉନ୍ନୟନ ବିଭାଗର ସ୍ୱତବ ସଚିବ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଉଦ୍ଯାପନୀ ଅଭିଭାଷଣ ଦେବେ ।

Comments are closed.