Odisha Link
Bridging the Missing Links in Odisha

ଖଟ୍ଟରଙ୍କ ଦ୍ବିତୀୟ ଇନିଂସ୍

ନୂଆଦିଲ୍ଲୀ: ପୁଣି ଥରେ ହରିୟାଣା ମୁଖ୍ୟମନ୍ତ୍ରୀ ହେଲେ ମନୋହର ଲାଲ୍ ଖଟ୍ଟର। ଲଗାତାର ୨ୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମନୋହର। ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ଖଟ୍ଟର। ଆସନ୍ତାକାଲି ଅର୍ଥାତ ଦୀପାବଳିରେ ଶପଥ ନେଇପାରନ୍ତି ମନୋହର। କାଲି ଅପରାହ୍ନା ୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ମନୋହର।
ତେବେ ହରିୟାଣାରେ ସରକାର ଗଢିବାକୁ ବିଜେପି ରଣନୀତି ବଦଳାଇଲାଥିଲା। ଗତକାଲି ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଗୋଟି ଚାଳନା ଫଳରେ ସରକାରରେ ସାମିଲ ହେବାକୁ ଯାଉଛି ଜନନାୟକ ଜନତା ପାର୍ଟି ଜେଜେପି। ତେବେ ସରକାର ଗଠନ ନେଇ କାଲି ଅମିତ ଶାହା ବଡ ଘୋଷଣା କରିଥିଲେ। ହରିୟାଣାରେ ଅଧା ତମର, ଅଧା ଆମର ନୀତି ଆପଣେଇ ବିଜେପି ହାତକୁ ପୁଣି କ୍ଷମତା ଫେରାଇଥିଲେ ଶାହା। ଗତକାଲି ଜେଜେପି ସହ ବୈଠକ ପରେ ଜେଜେପି ମୁଖ୍ୟ ଦୁଷ୍ମ୍ୟନ୍ତଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଯାଚି ବିଜେପି ପୁଣି ଥରେ ସରକାର ଗଢିବାକୁ ସୁତ୍ର ପକାଇଥିଲା।
ତେବେ ଆସନ୍ତାକାଲି ହରିୟାଣାରେ ଗଢା ହେବାକୁ ଥିବା ନୂଆ ସରକାରରେ ନିରୋଳା ବିଜେପି ନୁହେଁ ଜେଜେପି ମିଶିଛି। ନୂଆ ସରକାରରେ ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ସହ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

Comments are closed.