Odisha Link
Bridging the Missing Links in Odisha

ଜନନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରଠାରୁ ରୋଗୀ ଛାଡି ଆସୁଥିବା ବେଳେ କୋମନା ବ୍ଳକ ଗନିଆର ଛକଠାରେ ଏକ ଜନନୀ ଏକ୍ସପ୍ରେସ ୧୦୮ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଚାଳକ ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଚିକିସାଳୟଠାରେ ପ୍ରାଥମିକ ଚିକିସା ପରେ ତାଙ୍କୁ ବୁର୍ଲା ଭିମସାରକୁ ପଠାଯାଇଥିବା ଜଣାଯାଇଛି।
ଖବରୁ ପ୍ରକାଶ ଖଡ଼ିଆଳଠାରୁ ରୋଗୀ ଛାଡ଼ି ନୂଆପଡ଼ା ଆସୁଥିବା ବେଳେ ମଧ୍ୟରାତ୍ରରେ ଗନିଆରି ଛାକ ଠାରେ ୧୦୮ ଜନନୀ ଏକ୍ସପ୍ରେସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହାଫଳରେ ଗାଡି ଚାଳକ ଲୋକେଶ୍ବର ବାଗ ଗୁରୁତର ହେବା ସହ ତାଙ୍କର ଗୋଡ଼ ଭାଙ୍ଗିଯାଇଥିଲା। ସ୍ଥାନୀୟ ଲୋକ ଚାଳଙ୍କକୁ ଉଦ୍ଧାର କରି ଚିକିତ୍ସାପାଇଁ ନୂଆପଡ଼ା ମୁଖ୍ୟ ଚିକିସାଳୟକୁ ପଠାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଲୋକେଶ୍ବରଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି। କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜନନୀ ଏକ୍ସପ୍ରେସକୁ ଜବତ କରିଥିବା ଜଣାଯାଇଛି। ତେବେ କିପରି ଏହି ଦୁର୍ଘଟଣା ଘଟିଥିଲା ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Comments are closed.