Odisha Link
Bridging the Missing Links in Odisha

ଜାଣନ୍ତୁ ଗଙ୍ଗୁ ବାଇ ପରେ କେଉଁ ସିନେମା ପ୍ରସ୍ତୁତ କରିବେ ସଂଞ୍ଜୟଲିଳା ବଂଶାଳି

ମୁମ୍ବାଇ : ବଲିଉଡରେ ସଂଞ୍ଜୟଲିଳା ବଂଶାଳି ଙ୍କ ସହ ସିନେମା କରିବାକୁ କିଏ ବା ନ ଚାହେଁ । ସଂଞ୍ଜୟ ତାଙ୍କ ସିନେମା ଗଙ୍ଗୁବାଇ କାଥିୱାଡି ପରେ ଆଉ ଏକ ସିନେମା କରିବାକୁ ଯାଉଛନ୍ତି । ସିନେମାଟି ହେଲା ବଲିଉଡର ପ୍ରଥମ ସିନେମା ବାଇଜୁ ବାଓରା । ୧୯୫୨ ମସିହାରେ ସିନେମାଟି ପ୍ରସ୍ତୁତ ହୋଇଥିଲା । ଭରତ ଭୁଷଣ ଓ ମୀନା କୁମାରୀ ସିନେମାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ସଂଞ୍ଜୟଙ୍କ ନିର୍ଦ୍ଦେଶନାରେ ଏହି ସିନେମାଟି ରିମିକ୍ସ ହେବାକୁ ଯାଉଛି ।

ସଂଞ୍ଜୟ ଏହାକୁ ଟୁଇଟ୍ ରେ ପୋଷ୍ଟ କରିଛନ୍ତି । ସିନେମାର ମୁଖ୍ୟ ଚରିତ୍ରରେ କାର୍ତ୍ତିକ ଆରିୟନ ନଜର ଆସିପାରନ୍ତି ।
ସୁଚନା ଅନୁସାରେ ସିନେମାଟି ୨୦୨୧ ଦୀପାବଳି ସମୟରେ ପରଦାକୁ ଆସିବ ।

Comments are closed.