Odisha Link
Bridging the Missing Links in Odisha

୧ଲକ୍ଷ ୪୦ ହଜାର ଟଙ୍କା ଲୁଟ୍

ଭଦ୍ରକ: ଭଦ୍ରକ ସହରରେ ଏବେ କାଳୀପୂଜା ବେଶ ଜାକଜମକରେ ପାଳନ ହେଉଥିବା ବେଳେ ଆଜି ସହରର ପେଣ୍ଠ ସ୍ଥଳୀରୁ ଏକ ଲୁଟ ଅଭିଯୋଗ ଆସିଛି। ମୋଟର ସାଇକେଲର ଡିକି ଭାଙ୍ଗି କେହି ୧ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଥିବାର ଅଭିଯୋଗ ଆସିଛି। ତା’ପୁଣି ଦିନ ଦ୍ବିପହରରେ।
ସୂଚନା ଅନୁଯାୟୀ,ମଦନ କୁମାର ନାୟକ ନାମକ ଜଣେ ବ୍ୟକ୍ତି ଏସବିଆଇ ମୁଖ୍ୟ ଶାଖାରୁ ଆଜି ଦିନ ପ୍ରାୟ ଗୋଟାଏ ବେଳେ ୧ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନିଜର ମୋଟର ସାଇକେଲର ଡିକିରେ ରଖିଥିଲେ।

Comments are closed.