Odisha Link
Bridging the Missing Links in Odisha

ଦୁର୍ନୀତି ନିର୍ବାରଣ ଉପଲକ୍ଷେ ଶପଥ ପାଠ ଗ୍ରହଣ

ଭୁବନେଶ୍ୱର : ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଖାରବେଳ ଭବନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଦୁର୍ନୀତି ନିର୍ବାଣ ସପ୍ତାହ ପାଳନ ଅବସରରେ ଏକ ଶପଥ ପାଠ ଆୟୋଜିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ହେମନ୍ତ ଶର୍ମା ଉଭୟ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଦେଶର ଉନ୍ନତି କଳ୍ପେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଦୁର୍ନୀତି ହିଁ ବାଧକ ସାଜି ଥାଏ । ସରକାରୀ, ବେସରକାରୀ ସଂସ୍ଥା ଏବଂ ନାଗରିକମାନଙ୍କର ଉତ୍ତର ଦାୟିତ୍ୱ ରହିଛି । ସମସ୍ତେ ଦୁର୍ନୀତିର ମୂଳେ ପାଛ କରିବା ଏହାକୁ ସଂ ପୂର୍ଣ୍ଣ ବିରୋଧ କରିବା ଦିଗରେ ନିଜର କର୍ତ୍ତବ୍ୟ ସାଧନ କରିବା ଆବଶ୍ୟକ ବୋଲି କମିଶନର ତଥା ଶାସନ ସଚିବ ଶର୍ମା ଜଣାଇଥିଲେ । ଶିଳ୍ପ ବିଭାଗର ଯୁଗ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଯୁଗ ଶାସନ ସଚିବ ଶିବ ନାରାୟଣ ସାହୁ, ଉ ପଶାସନ ସଚିବ ମାନସୀ ମାନ୍ଧାତା ଏବଂ ଉଭୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।

Comments are closed.