Odisha Link
Bridging the Missing Links in Odisha

ଜିଲ୍ଲାପାଳଙ୍କୁ ଘେରିଲେ ଷଣ୍ଢ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଲେ ଶତାଧିକ ଷଣ୍ଡ। ରାଜନଗରରେ ବୁଲା ଷଣ୍ଡ ମାନଙ୍କର ଉତ୍ପାତ ଯୋଗୁଁ ଗାଁ ଲୋକେ କିଛି ଦିନ ହେବ ସମସ୍ୟାରେ ପଡିଯାଇଥିଲେ। ଏନେଇ ସେ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗାଁ ଲୋକେ ରାଗିକି ରହିଥିଲେ।
ଆଜି ରାଜନଗରରେ ଜନଶୁଣାଣୀ ପାଇଁ ଜିଲ୍ଲାପାଳ ଆସିଥିଲେ। ଏତିକି ବେଳେ ଉତ୍ୟକ୍ତ ଲୋକେ ଶତାଧିକ ଷଣ୍ଡ ଆଣି ବ୍ଲକ ପରିସର ଭିତରକୁ ପୁରାଇଦେଇଥିଲେ। ଫଳରେ ଜନ ଶୁଣାଣୀ ବନ୍ଦ ହୋଇଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରାପଡା ଏସପି ନିତୀଶ ଶେଖର ରାଜନଗର ବ୍ଲକ ପରିସରରେ ପହଞ୍ଚିଛନ୍ତି। ଏହା ସହ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ବି ମୁତୟନ କରାଯାଇଛି।

Comments are closed.