ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଫଡନାଭିସ, କହିଲେ ଶିବସେନା ସହ ମିଶି..

ମୁମ୍ବାଇ: ଜାତୀୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ମହାରାଷ୍ଟ୍ର ରାଜନୀତି। କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଛି ବିଜେପି-ଶିବସେନା ମଧ୍ୟରୋ ଚାଲିଛି ଟଣାଓଟରା। ଦିନକୁ ଦିନ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ଛକାପଞ୍ଝା ମଧ୍ୟରେ ଆଜି ନବ ନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ବସିଥିଲେ। ସର୍ବସମ୍ମତିକ୍ରମେ ଦେବେନ୍ଦ୍ର ଫଡନାଭିସ୍ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଏହାପରେ ଦେବେନ୍ଦ୍ର ଫଡନାଭିସ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ସେଇଛନ୍ତି।
ଏହାପରେ ସେ କହିଛନ୍ତି, ମହାରାଷ୍ଟ୍ରରେ ଆମେ ଖୁବଶୀଘ୍ର ସରକାର ଗଠନ କରିବାକୁ ଯାଉଛୁ। ଶିବସେନା ସହ ଆମେ ସରକାର ଗଠନ କରିବୁ। ଦୁଇ ସହଯୋଗୀଙ୍କ ମଧ୍ୟରେ ଯେଉଁ ସବୁ ମତ ପାର୍ଥକ୍ୟ ରହିଛି, ତା’କୁ ଆମେ ଆଲୋଚନା ଦ୍ୱାରା ସମାଧାନ କରିବୁ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।