Odisha Link
Bridging the Missing Links in Odisha

ଇଲେକ୍ଟ୍ରି ଅଫିସ ନିକଟରେ ଯୁବକଙ୍କୁ ହତ୍ୟା

ପାଲଲହଡା: ଅନୁଗୋଳ ପାଲଲହଡାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ପାଲଲହଡା ଉଦିତ ନଗର ସାହିର ନରେନ୍ଦ୍ର କୁମାର ବେହେରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଆଜି ସକାଳେ ଅନୁଗୋଳ ଜିଲ୍ଲା ପାଲଲହଡା ଟାଉନ ସ୍ଥିତ ଇଲେକ୍ଟ୍ରି ଅଫିସ ନିକଟରେ ଯୁବକଙ୍କୁ ମାରଣାସ୍ତ୍ରରେ ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରିନାହିଁ ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Comments are closed.