Odisha Link
Bridging the Missing Links in Odisha

ଗୋଆ: ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ମଲ୍ଲିକ

ପାନାଜୀ: ଆଜି ଗୋଆର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ସତ୍ୟପାଲ ମଲ୍ଲିକ। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରଦୀପ୍‌ ନନ୍ଦରାଜୋଗ୍‌ ନୂତନ ରାଜ୍ୟପାଳଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଗୋଆ ରାଜଭବନ ପରିସରରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ମଲ୍ଲିକ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।

ସୂଚନାଥାଉକି, ଗୋଆର ନୂତନ ରାଜ୍ୟପାଳ ରୂପେ ଶପଥ ପାଠ କରିବା ପୂର୍ବରୁ ସତ୍ୟପାଲ ମଲ୍ଲିକ ଜମ୍ମୁ- କଶ୍ମୀରର ରାଜ୍ୟପାଳ ଥିଲେ। ତେବେ କେନ୍ଦ୍ର ସରକାର ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ- କଶ୍ମୀରକୁ ବିଭାଜିତ କରି ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ କଲା ପୂର୍ବରୁ ସତ୍ୟପାଲ ମଲ୍ଲିକଙ୍କର ଜମ୍ମୁ- କଶ୍ମୀରରୁ ଗୋଆକୁ ରାଜ୍ୟପ‌ାଳ ରୂପେ ବଦଳି କରି ଦେଇଥିଲେ।

Comments are closed.