Odisha Link
Bridging the Missing Links in Odisha

ବାତ୍ୟା ପାଇଁ ପାଗ ସୁହାଉଛି: ଶରତ

ଭୁବନେଶ୍ୱର: ବର୍ତ୍ତମାନର ଜଳବାୟୁ ସ୍ଥିତି ଯାହା, ବାତ୍ୟା ପାଇଁ ପାଗ ସୁହାଉଛି। ବଙ୍ଗୋପସାଗରରେ ବାତ୍ୟା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି। ସେ କହିଛନ୍ତି ଯେ, ଆରବ ସାଗର ବାତ୍ୟା ‘ମହା’ ଦୁର୍ବଳ ହେଲେ ବଙ୍ଗୋପସାଗର ବାତ୍ୟାକୁ ବଳ ମିଳିବ। ଆସନ୍ତା ୬ ବା ୭ ତାରିଖ ଆଡ଼କୁ ଘନୀଭୂତ ହେବା ସମ୍ଭାବନା ରହିଛି। ୮ ତାରିଖ ପରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏହାର ପ୍ରଭାବ ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଉପରେ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

Comments are closed.