ଓଡିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତକୁ ନେଇ ବଡ ଆଶ୍ୱସ୍ତି। ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା କମ୍ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର। ପାରାଦୀପ ଠାରୁ ଏହା ଏବେ ୮୧୦ କିଲୋମିଟର ଦୂରରେ ରହିଛି। ତେବେ ଆଗକୁ ଏହି ଗଭୀର ଅବପାତ ବାତ୍ୟାର ରୁପ ନେଇପାରେ । ଏହା ବାତ୍ୟା ରୂପ ନେଲେ ପଶ୍ଚିମବଂଗ ଓ ବାଂଲାଦେଶ ମୁହାଁ ହେବ। ତେଣୁ ଓଡିଶାରେ ବିଶେଷ ପ୍ରଭାବ ପଡିନପାରେ ବୋଲି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଆସନ୍ତା ୮ ତାରିଖ ଯାଏଁ ପାଗ ଶୁଖିଲା ରହିବ କିନ୍ତୁ ୯ ତାରିଖରୁ ୨ ଦିନ ବର୍ଷା ହେବ।
ଏହାର ପ୍ରଭାବରେ ଉତ୍ତର ଓଡିଶା ଉପକୂଳ ଜିଲ୍ଲାଗୁଡିକରେ ଆସନ୍ତା ୯ ତାରିଖରୁ ବର୍ଷା ହେବ। ଏହି ସମୟରେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅବପାତ ଏବେ ସମୁଦ୍ର ମଧ୍ୟରେ ରହି ଧୀରେ ଧୀରେ ଗତି କରୁଥିବାରୁ ଏହା ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ନିର୍ଦ୍ଦେଶକ