ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କୁ ଚାପି ଦେଲା ଟ୍ରକ

କେନ୍ଦୁଝର: ଗାଡ଼ି ଚେକିଂ ବେଳେ ଚାପିଦେଲା ଟ୍ରକ। ୨୦ ନମ୍ବର ଜାତୀୟ ରାଜପଥ ପୁରୁଣାବଜାର ବାଇପାସ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗାଡ଼ି ଚେକିଂ ସମୟରେ ଜଣେ ଆରଟିଓ କର୍ମଚାରୀଙ୍କୁ ୧୪ ଚକିଆ ଟ୍ରକ ଚାପି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ ନିଆଯାଇଥିଲା। ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।