ଅଣସଂରକ୍ଷିତ ସ୍ଲିପର କ୍ଲାସ୍ ସୁବିଧାରେ ଆଉ ୩ ଟ୍ରେନ୍ ସାମିଲ

ଭୁବନେଶ୍ବର: ପୂର୍ବତଟ ରେଳପଥ ଆଉ ୩ଟି ଟ୍ରେନ୍ରେ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ମିଳିବ। ସ୍ବଳ୍ପ ଦୂରଗାମୀ ଯାତ୍ରୀମାନେ ଆସନ୍ତା ଫେବୃୟାରୀ ମାସ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସାଧାରଣ ଦ୍ବିତୀୟ ଶ୍ରେଣୀ ଠାରୁ ମାତ୍ର ଅଳ୍ପ କିଛି ଅଧିକ ଦେୟ ଦେଇ ଅଣସଂରକ୍ଷିତ ସ୍ଲିପର କ୍ଲାସ ଯାତ୍ରା ସୁବିଧା ପାଇ ପାରିବେ। ସୂଚନା ଅନୁଯାୟୀ ମାର୍ଚ୍ଚ ୬ ତାରିଖ ଠାରୁ ଭୁବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ୧୮୪୯୬ ଭୁବନେଶ୍ବର-ରାମେଶ୍ବରମ ଏକ୍ସପ୍ରେସ୍, ୧୮୪୦୧ ପୁରୀ- ଅହମଦାବାଦ ଏକ୍ସପ୍ରେସ୍ ଫେବୃଆରୀ ମାସ ୨୩ ତାରିଖ ଠାରୁ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏବଂ ୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ୍ ଫେବଅୟାରୀ ମାସ ୧୮ ତାରିଖ ଠାରୁ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ଏହି ସୁବିଧା ଉପଲବ୍ଧ ହେବ।
ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର ଭଳି ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କଠାରୁ ଏହି ସବୁ ଟ୍ରେନ୍ ମାନଙ୍କ ପାଇଁ ଅଣସଂରକ୍ଷିତ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ଟିକେଟ ସଂଗ୍ରହ କରି ସ୍ବଳ୍ପ ଦୂରଗାମୀ ଯାତ୍ରାପାଇଁ ଏସ-୬ ସ୍ଲିପର କ୍ଲାସରେ ଯାତ୍ରା ସୁବିଧା ପାଇପାରିବେ।