Odisha Link
Bridging the Missing Links in Odisha

ଇନ୍ଦୋର ଟେଷ୍ଟ: ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ

ଇନ୍ଦୋର: ଇନ୍ଦୋରରେ ଆରମ୍ଭ ହୋଇଥିବା ଦୁଇ ମ୍ୟାଚ ବିଶିଷ୍ଟ ପ୍ରଥମ ମ୍ୟାଚରେ ଦୃଢ ସ୍ଥିତିରେ ଟିମ୍‌ ଇଣ୍ଡିଆ। ମ୍ୟାଚର ଦ୍ବୀତିୟ ଦିନରେ ଟିମ୍‌ ଇଣ୍ଡିଆର ଓପନର ମୟଙ୍କ ଅଗ୍ରଓ୍ବାଲ ଦ୍ବିଶତକ। ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦ୍ବିଶତକ ଜମାଇଲେ ମୟଙ୍କ। ମୋଟ ୨୫ଟି ଚୌକା ଓ ୫ଟି ଛକା ସହାୟତାରେ ଦ୍ବିଶତକ ହାସଲ କରିଛନ୍ତି ମୟଙ୍କ ଅଗ୍ରଓ୍ବାଲ। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିତୀୟ ଦ୍ବିଶତକ।

ଶେଷ ଖବର ଲେଖା ହେବା ସୁଦ୍ଧା ଟିମ୍‌ ଇଣ୍ଡିଆ ୪ଟି ଓ୍ବିକେଟ ହରାଇ ମୋଟ ୩୮୬ ରନ୍‌ କରିଛି। ମୟଙ୍କ ୨୨୦ ରନ୍‌ କରି ଅରାଜିତ ଥିବା ବେଳେ ବାମହାତୀ ବ୍ୟାଟସମ୍ୟାନ୍‌ ରବିନ୍ଦ୍ର ଜାଡେଜା ୧୫ ରନ୍‌ କରି କ୍ରିଜରେ ଅଛନ୍ତି। ଆଜିଙ୍କ୍ୟ ରାହାଣେ ଚେତେଶ୍ବର ପୂଜାର ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇ ଯାଇଛନ୍ତି।

Comments are closed.