‘ଅଗ୍ନି-୨’ର ହେଲା ସଫଳ ଉତକ୍ଷେପଣ, ରାତିରେ ଯାଇ ପାରିବ ୨୦୦୦ କିମି

ଚାନ୍ଦିପୁର: ଆଜି ରାତିରେ ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ ଅଗ୍ନି-୨ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରର ଅବଦୁଲ କଲାମ ଦ୍ୱୀପରୁ ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଛି।ଏହି ପରୀକ୍ଷଣ ଥିଲା ଗୁରୁତ୍ବପୂର୍ଣ୍ଣ। କାରଣ ଏହାକୁ ରାତିରେ ପରୀକ୍ଷା କରାଯାଇଛି। ଭାରତର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ପକ୍ଷରୁ ଏହି ବ୍ୟବହାରିକ ପରୀକ୍ଷଣ କରାଯାଇଛି।
୨୦ ମିଟର ଲମ୍ବର ଅଗ୍ନି-୨ ବାଲାଷ୍ଟିକ ମିସାଇଲ ୧୦୦୦ କିଲୋ ପର୍ଯ୍ୟନ୍ତ ଓଜନ ସାଥୀରେ ନେଇପାରିବ। ଅଗ୍ନି-୨ ପୂର୍ବରୁ ଭାରତୀୟ ସେନାରେ ସାମିଲ ହୋଇସାରିଛି। ଏହାକୁ ଡିଆରଡିଓର ଆଡଭାନ୍ସ ସିଷ୍ଟମ ଲାବରୋଟୋରୀରେ ନିର୍ମାଣ କରାଯାଇଛି। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତମାନର ନାଭିଗେସନ ସିଷ୍ଟମ ରହିଛି। ଯାହା ସାହାଯ୍ୟରେ ଦୂରରୁ ମଧ୍ୟ ଟାର୍ଗେଟକୁ ଅତି ସହଜରେ ଧ୍ୱଂସ କରାଯାଇପାରେ।