ଗଜପତି ମହାରାଜାଙ୍କ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନିୟାର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ପୁସ୍ତକ ଲେଖିଛନ୍ତି ଗଜପତି ଦିବ୍ୟ ସିଂହ ଦେବ ଦେବ। ଗଜପତିଙ୍କ ଏହି ପୁସ୍ତକର ନାଁ ରହିଛି ‘ମାଜେଷ୍ଟିକ ମାରା’। ମଶାଇ ମାରାରେ ଭ୍ରମଣ ବେଳର ଫଟୋ ସମ୍ବଳିତ ପୁସ୍ତକକୁ ଉନ୍ମୋଚିତ କରାଯାଇଛି।
ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ଉନ୍ମୋଚନ କରିବା ବେଳେ କେନିୟାର ଓଡ଼ିଆ ସାଂସଦ ସ୍ୱରୂପ ମିଶ୍ର ଓ ଭାରତରେ କେନିୟାର ରାଷ୍ଟ୍ରଦୂତ ୱିଲି ବେଟ୍ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ପୁସ୍ତକରେ ସ୍ଥାନିତ ହୋଇଥିବା ଫଟୋଗୁଡିକୁ ଆଶିଷ ଧୀର, ଦିଲ୍ଲୀପ ଧୀର ସାମନ୍ତ ଓ ଅମରଜ୍ୟୋତି ସିଂ ଦେଓ ଉତ୍ତୋଳନ କରିଛନ୍ତି| ଏଠାରେ ସୂଚନା ଥାଉ କି ମଶାଇ ମାରା ଅଭୟାରଣ୍ୟ କେନିଆ ଓ ତାଞ୍ଜାନିଆ ସୀମାରେ ରହିଛି|
Comments are closed.