ବିନା ବିବାହରେ ୨ ସନ୍ତାନର ମା’ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ଼ର ହିଟ ନାୟିକା ସୁସ୍ମିତା ସେନ୍ ଙ୍କର ଆଜି ଜନ୍ମ ଦିନ । ସେ ୪୪ବୟସରେ ପାଦଥାପିଛନ୍ତି । ୧୯୭୫ମସିହା ନଭେମ୍ବର ୧୯ରେ ହାଇଦ୍ରାବାଦ ଠାରେ ଜନ୍ମ ଗ୍ରହଣ କରିଥିଲେ ସୁସ୍ମିତା , ତାଙ୍କ ପିତା ବାୟୁସେନାରେ କାମ କରୁଥିଲେ । ୧୯୯୪ ମସିହାରେ ସୁସ୍ମିତା ମିସ୍ ୟୁନିଭର୍ସ ଟାଇଟଲ ହାସଲ କରିଥିଲେ ।
ସୁସ୍ମିତା ଙ୍କ ବଲିଉଡ ଯାତ୍ରା
‘ଦସତକ’ ସିନେମା ଦ୍ବାରା ୧୯୯୬ ମସିହାରେ ବଲିଉଡରେ ପାଦଥାପିଥିଲେ ସୁସ୍ମିତା । ସେ ଅନେକ ହିଟ୍ ସିନେମାରେ ଅଭିନୟ କରି ଦର୍ଶକ ଙ୍କ ମନ କିଣି ନେଇଛନ୍ତି । ୧୯୯୯ ମସିହାରୁ ୨୦୧୫ ମସିହା ଯାଏଁ ବିବି-୧, ହିନ୍ଦୁସ୍ଥାନ କି କସମ ,ସିରଫ ତୁମ ,ଫିଜା, କ୍ୟୁକି ମେ ଝୁଟ ନେହି ବୋଲତା ଭଳି ଅନେକ ସିନେମାରେ ସେ ଅଭିନୟ କରିଥିଲେ । ତାସହିତ ସେ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।
ବଲିଉଡରେ ସେ ସିଙ୍ଗଲ ମଦର ଭାବେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସୁସ୍ମିତା କୁଆଁରୀ ହୋଇ ମଧ୍ୟ ୨ଟି ସନ୍ତାର ଜନନୀ ପାଲଟି ଛନ୍ତି । ସେ ପ୍ରଥମେ ରେନିଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ତାପରେ ଝିଅ ଅଲିଷାକୁ ମଧ୍ୟ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ସୁସ୍ମିତା ନିଜ ଲାଇଫକୁ ନିଜ ହିସାବରେ ବଞ୍ଚିବାକୁ ଭଲ ପାଇଥାନ୍ତି । ସେ କିଛି ବର୍ଷ ହେବ ବଲିଉଡ଼ ଦୁନିଆରୁ ଦୂରେଇ ଯାଇଛନ୍ତି । ସେ ତାଙ୍କଠାରୁ ୧୫ ବର୍ଷ ସାନ ମଡେଲ ରୋହମନ ସଲଙ୍କ ସହ ରିଲେସନଶିପକୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହା ପୂର୍ବରୁ ତାଙ୍କର ପ୍ରାୟ ୧୦ ଜଣଙ୍କ ସହ ଆଫେୟାର୍ସ ଥିଲା ବୋଲି ଶୁଣିବାକୁ ମିଳେ। ସୁସ୍ମିତା ଯେତେବେଳେ ୨୦ ବର୍ଷର ଥିଲେ ସେତେବେଳେ ବଲିଉଡ୍ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ତାଙ୍କର ସମ୍ପର୍କ ଥିଲା ବୋଲି କୁହାଯାଏ। ଆଉ ସେତେବେଳେ ବିକ୍ରମଙ୍କ ବୟସ ଥିଲା ୨୭ ବର୍ଷ। ତେବେ ସୁସ୍ମିତାଙ୍କ ପାଇଁ ବିକ୍ରମ କୁଆଡେ ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ବଲିଉଡ୍ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ସୁସ୍ମିତାଙ୍କ ଆଫେୟାର୍ସକୁ ନେଇ ହୋଇଥିଲା ଚର୍ଚ୍ଚା।