ଡିସେମ୍ବର ପହିଲାରୁ ବଢିବ ମୋବାଇଲ କଲ୍ ଦର

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଭୋଡାଫୋନ୍- ଆଇଡିଆ ଓ ଏୟାରଟେଲ ଭଳି କମ୍ପାନୀ ସେମାନଙ୍କ ସର୍ଭିସ୍ ରେଟ ବଢାଇବା ନେଇ ସୂଚନା ଦେଇଛନ୍ତି। ଏହି କମ୍ପାନୀଗୁଡିକ କ୍ଷତିରେ ଗତି କରୁଥିବାରୁ ଟାରିଫ୍ ବୃଦ୍ଧି କରିବାକୁ ନିଷ୍ପିତ୍ତି ନେଇଛନ୍ତି। ଏହି ଟାରିଫ୍ ବୃଦ୍ଧି ସିଧାସଳଖ ପ୍ରଭାବ ୩୨ କୋଟି ଗ୍ରାହକଙ୍କ ଉପରେ ପଡିବ। ଟାରିଫ୍ ପ୍ଲାନ୍ରେ କେତେ ପ୍ରତିଶତ ଟଙ୍କା ବୃଦ୍ଧି ହେବ ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ସୂଚନାଯୋଗ୍ୟ ଭୋଡାଫୋନ୍- ଆଇଡିଆ ଟାରିଫ୍ ବୃଦ୍ଧି ନିଷ୍ପତ୍ତି ଏନଜିଆରର ଦେୟକୁ ନେଇ କରିଛି। ସୁପ୍ରିକୋର୍ଟ କମ୍ପାନୀକୁ ୯୦ ଦିନ ଭିତରେ ୪୪,୨୦୦ କୋଟି ଟଙ୍କା ପଇଠ କରିବାକୁ କହିଛନ୍ତି। ଭୋଡାଫୋନ୍- ଆଇଡିଆ ଏବଂ ଏୟାରଟେଲର ସମ୍ମିଳିତ ତ୍ରୈମାସିକ କ୍ଷତି ୭୪,୦୦୦ କୋଟି ଟଙ୍କରେ ପହଞ୍ଚିଛି। ଭୋଡାଫୋନ୍- ଆଇଡିଆର କ୍ଷତି ପରିମାଣ ୫୦,୯୨୧ କୋଟି ଟଙ୍କା, ଭାରତୀ ଏୟାରଟେଲ ର କ୍ଷତିର ପରିମାଣ ୨୩,୦୪୫ କୋଟି ଟଙ୍କା ରହିଛି।