Odisha Link
Bridging the Missing Links in Odisha

ବିଧାୟକଙ୍କ ଘର ଆଗରେ ପ୍ରତିବାଦ

ସମ୍ବଲପୁର: ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜୁଛି ଚାଷୀ ଅସନ୍ତୋଷ। ଏହି ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି ଚାଷୀ। ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲାର ୪ ଜଣ ବିଧାୟକଙ୍କ ଘର ସମ୍ମୁଖରେ ଚାଷୀ ମାନେ ଧାନ ରଖି ଅବରୋଧ କରିବାକୁ ନିଷ୍ପତି ନେଇଛନ୍ତି। ଏହି କ୍ରମରେ ରେଙ୍ଗାଳି ବିଧାୟକ ନାଉରୀ ନାୟକଙ୍କ ଘର ଆଗରେ ଚାଷୀ ମାନେ କରିଛନ୍ତି ପ୍ରତିବାଦ। ଏହାକୁ ନଜରରେ ରଖି ବିଧାୟକଙ୍କ ଘର ଆଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପର୍ଯ୍ୟୟ କ୍ରମେ ସମ୍ବଲପୁର ଜିଲ୍ଲାର ଅନ୍ୟ ବିଧାୟକଙ୍କ ଘର ଆଗରେ ବିରୋଧ କରାଯିବ ବୋଲି ନିଷ୍ପତି ନେଇଛନ୍ତି ଚାଷୀ।
ସେପଟେ ବରଗଡରେ ଦ୍ୱିତୀୟ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ। ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆଜି ମଧ୍ୟ ଅତାବିରା ବ୍ଲକରେ ଏକାଠି ହୋଇଛନ୍ତି ଶହ ଶହ ଚାଷୀ। ଅତାବିରା ଚାଷୀ ସଂଗଠନ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟ, ଅତାବିରା ଏନଏସି କାର୍ଯ୍ୟାଳୟ, କୃଷି ସମବାୟ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସରେ ତାଲା ପକାଇଛନ୍ତି ଚାଷୀ। ଚାଷୀ ମାନେ ଗୋଟିଏ ଦାବି କରିଛନ୍ତି, ସରକାର ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ଉଛେଦ ନକରିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ।

Comments are closed.