Odisha Link
Bridging the Missing Links in Odisha

କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଖେଳିବ ଏଫଆଇଏଚ୍‌ ପ୍ରୋ-ହକି ଲିଗ୍‌ର ୮ଟି ମ୍ୟାଚ୍‌

ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଏଫଆଇଏଚ୍‌ ହକି ପ୍ରୋ-ଲିଗ୍‌ ଜାନୁଆରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହି ପ୍ରିତଯୋଗିତାରେ ମୋଟ ୧୪୪ ମ୍ୟାଚ୍‌ ୧୧ଗୋଟି ଭେନ୍ୟୁରେ ଖେଳାଯିବ। ଭେନ୍ୟୁ ତାଳିକାରେ ରହିଛି ଭାରତର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମେତ ଆର୍ଜଣ୍ଟିନା, ବେଲଜିୟମ୍, ଅଷ୍ଟ୍ରେଲିଆ, ଚୀନ, ଜର୍ମାନ, ଇଂଲଣ୍ଡ, ନେଦରଲ୍ୟାଣ୍ଡ, ନ୍ୟୁଜଲ୍ୟାଣ୍ଡ, ସ୍ପେନ୍, ଆମେରିକା ପ୍ରମୁଖ ସ୍ଥାନ ପାଇଛନ୍ତି।

ଏହି ୧୪୪ ମ୍ୟାଚ୍ରୁ ଭାରତ ମୋଟ ୧୬ଟି ମ୍ୟାଚ୍ ଖେଳିବ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଭାରତ ୮ ଗୋଟି ମ୍ୟାଚ ଖେଳିବ। ପ୍ରୋ ହକି ଲିଗ୍ ଜାନୁଆରି ୧୧ରେ ଉଦଘାଟିତ ହେବ। ହେଲେ କଳିଙ୍ଗ ଷ୍ଟାଡିୟମରେ ଜାନୁଆରି ୧୮ରୁ ଆରମ୍ଭ ହେବ। ଭାରତ ଜାନୁଆରୀ ୧୮ ଏବଂ ୧୯ ରେ ନେଦରଲ୍ୟାଣ୍ଡ ସହିତ, ଫେବୃଆରୀ ୮ ଓ ୯ ରେ ବେଲଜିୟମ୍‌ ସହିତ, ୨୧ ଏବଂ ୨୨ରେ ଅଷ୍ଟ୍ରେଲିଆ ସହିତ ଏବଂ ମେ ୨୩ ଓ ୨୪ ରେ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବ।

Comments are closed.