Odisha Link
Bridging the Missing Links in Odisha

୮ ଶିଳ୍ପୀଙ୍କୁ ମିଳିବ ଓଡିଶା ଲଳିତକଳା ଏକାଡେମୀ ପୁରସ୍କାର

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ୩୮ ତମ ଲଳିତକଳା ଏକାଡେମୀ ରାଜ୍ୟ ପୁରସ୍କାର ଘୋଷଣା କରାଯାଉଛି। ଏହି ପ୍ରଦର୍ଶନୀ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୬୭ ଜଣ ଶିଳ୍ପୀଙ୍କ ଠାରୁ ୬୧୫ କଳାକୃତି ମନୋନୟନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୧୧୦ଟି କଳାକୃତିକୁ ମନୋନୟନ କରାଯାଇ ୮ଜଣ ଶିଳ୍ପୀଙ୍କୁ ଶ୍ରେଷ୍ଠ କଳାକୃତି ପାଇଁ ବିଚାରକମଣ୍ଡଳୀ ଦ୍ବାରା ମନୋନୟନ କରାଯାଇଛି। ଆସନ୍ତା ଡିସେମ୍ବରରେ ଏକାଡେମୀ ପକ୍ଷରୁ ମନୋନିତ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। ପୁରସ୍କାର ରାଶି ବାବଦରେ ୫୦ ହଜାର ଟଙ୍କା ସହ ମାନପତ୍ର ଓ ଟଫି ପ୍ରଦାନ କରାଯିବ।

ଚିତ୍ରକଳାରେ ହୃଷୀକେଶ ବିଶ୍ବାଳ, ଜ୍ୟୋତି ପ୍ରକାଶ ପ୍ରଧାନ ଏବଂ ସତ୍ୟରଞ୍ଜନ ଦାସ, ଗ୍ରାଫିକ୍ସରେ ନୀର ଜାନୀ, ଭାସ୍କର୍ଯ୍ୟ କଳାରେ ମାୟାଧର ସାହୁ, ବିଶ୍ବଜିତା ମହାରଣା, ଟେରାକୋଟାରେ ବରୁଣ ବେହେରା ଓ ପଟ୍ଟ ଚିତ୍ରରେ ନିରଞ୍ଜନ ମହାପାତ୍ର ମନୋନିତ ହୋଇଛନ୍ତି।