Odisha Link
Bridging the Missing Links in Odisha

ପ୍ଲାଟିନମ୍‌ ଜୁବୁଲିରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପାଳୁଛି ପ୍ଲାଟିନମ୍ ଜୁବୁଲି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୫କୋଟି ୫୦ ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ଇ-ପାଠାଗାର ଓ ସାଇଣ୍ଟିଫିକ୍ ଇନ୍‌ଷ୍ଟୁ୍ରମେଣ୍ଟ ସେଣ୍ଟରକୁ ମଧ୍ୟ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ, ବିଶ୍ବବିଦ୍ୟାଳୟ କୁଳପତି ଯୋଗ ଦେଇଛନ୍ତି।

୫ ଦିନ ଧରି ଏହି ପ୍ଲାଟିନମ୍‌ ଜୁବୁଲି ଚାଲିବ। ଆସନ୍ତା କାଲିର ମୁଖ୍ୟ ଆକର୍ଷଣ ହେଉଛି ‘ମହାମିଳନ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ଏବଂ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେବେ। ପ୍ରାୟତଃ ୧୦ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ବିଶ୍ବବିଦ୍ୟାଳୟରେ ଶାନ୍ତି ଓ ସୁରକ୍ଷା ନିମନ୍ତେ ଦୁଇଟି ପିସିଆର୍ ପହରା ଦେବା ସହ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପ୍ରାୟ ୩୦ଜଣ ସ୍ବତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛନ୍ତି।