Odisha Link
Bridging the Missing Links in Odisha

ଟ୍ରେନ ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ

ଭୁବନେଶ୍ୱର:  ଟ୍ରେନ ଧକ୍କାରେ ମା’ ଓ ଝିଅଙ୍କ ମୃତ୍ୟୁ ଭଳି ଏକ ଦୁଃଖଦ ଅଘଟଣ ଘଟିଛି। ଟ୍ରେନ ଲାଇନ ପାର ହେଉଥିବାବେଳେ ମୃତ୍ୟୁର ଦାନବ ସାଜିଥିଲା ଟ୍ରେନ। କୋରେଇ ଥାନା ଚାନ୍ଦମା ଗାଁର ମା’ ଓ ଝିଅ ଯାଜପୁର ରୋଡ଼ ଷ୍ଟେସନ ନିକଟସ୍ଥ ଅହମ୍ମଦନଗର ଠାରେ ରେଳ ଲାଇନ ପାର ହେଉଥିଲେ। ତେବେ ସେହି ସମୟରେ ହାୱଡ଼ା ପୁରୀ ଟ୍ରେନ ଯାଉଥିଲେ ବି ସେମାନେ ଜାଣିପାରିନଥିଲେ । ଫଳରେ ଟ୍ରେନ ଧକ୍କାରେ ମା’ ଓ ଝିଅଙ୍କର ମୃତ୍ୟୁ ହୋଇଥିଲା। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି।

Comments are closed.