Odisha Link
Bridging the Missing Links in Odisha

ମହିଳା ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର!

ପୁରୀ: ପୁରୀ ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯ଼ୋଗ ଆସିଛି ।ମହିଳାଙ୍କୁ ପୋଲିସ ଦୁର୍ବ୍ୟବହାର କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ବୈକୁଣ୍ଠ ଚତୁର୍ଦ୍ଦଶୀର ବିଳମ୍ବିତ ରାତିର ହୋଇଥିବା ଜଣାପଡ଼ିଛି। ମହିଳା ପୋଲିସଙ୍କଠାରୁ ଆରମ୍ଭ କରି ପୁରୁଷ ପୋଲିସ ମହିଳାଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରେ ଲାଗିଥିବା ଭକ୍ତଙ୍କ ଲମ୍ବାଧାଡ଼ିରୁ କିଛି ମହିଳା ଭକ୍ତ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛନ୍ତି। ସେଠାରେ ମହିଳା ପୁଲିସ ମଧ୍ୟ ଦାୟିତ୍ୱରେ ଅଛନ୍ତି। ତେବେ ଭିଡ଼ ଭିତରେ ପଶି ପୁରୁଷ ପୋଲିସ ଜଣଙ୍କ ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖାଯାଉଛି। ଜଣେ ମହିଳା ଏହାକୁ ନେଇ ପାଟିତୁଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ମହିଳା ଜଣକ ଆଗକୁ ବଢୁଥିବା ବେଳେ ଜଣେ ପୁରୁଷ ପୋଲିସ ତାଙ୍କ ହାତକୁ ଟାଣି ଧରିବାରୁ ମହିଳା ଜଣଙ୍କ ବସି ପଡୁଥିବାର ଦେଖିବାକୁ ମିଳୁଛି।ପୋଲିସ ତାଙ୍କୁ ମାଡ ମାରୁଥିବା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି। ଜଣେ ପୁରୁଷ ପୋଲିସ ମହିଳାଙ୍କୁ ଏଭଳି ବ୍ୟବହାର କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Comments are closed.