ବାଣୀବିହାରକୁ ୭୫ ବର୍ଷ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ୭୫ ବର୍ଷରେ ପଦାର୍ପଣ କରି ସାରିଛି। ଏହି ଅବସରରେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉତ୍ସବ ପାଳନ କରାଯାଉଛି। ପ୍ଲାଟିନମ ଜୁବୁଲି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବାଣୀବିହାର ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ବାଣୀବିହାରର ଭିତ୍ତି ଭୂମି ପାଇଁ ମୁଖ୍ୟମନ୍ତ୍ରୀ ଏହି ଅନୁଦାନ ଘୋଷଣା କରିଛନ୍ତି।