ବୁଲ୍ବୁଲ୍ ପାଇଁ ୫୫୨ କୋଟି

ଭୁବନେଶ୍ବର: ବାତ୍ୟା ବୁଲ୍ବୁଲ୍ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲା କେନ୍ଦ୍ର। ବୁଲ୍ବୁଲ୍ କ୍ଷତିଗ୍ରସ୍ତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ସହାତୟତା ଘୋଷଣା କରାଯାଇଛି। ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କାର କେନ୍ଦ୍ରୀୟ ସହାତୟା ଘୋଷଣା ହୋଇଛି। ପଶ୍ଚିମବଙ୍ଗ ପାଇଁ ୪୧୪ କୋଟି ୯୦ ଲକ୍ଷର ସହାତୟତା ଘୋଷଣା କରାଯାଇଛି।