Odisha Link
Bridging the Missing Links in Odisha

ଫୋନି ପାଇଁ ୪୬୭୯ କୋଟି

ନୂଆଦିଲ୍ଲୀ: ଆଜି ଲୋକସଭାରେ ଉଠିଛି ଫୋନି ସହାୟତା ପ୍ରସଙ୍ଗ। ଜୁଏଲ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଉତ୍ତର ରଖିଛନ୍ତି। ଫୋନି ଫାଇଁ ଓଡ଼ିଶାକୁ ମୋଟ୍‌ ୪ ହଜାର ୬୭୯.୮୯୭ କୋଟି ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୩୪୦.୮୭୫ କୋଟି ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ୧୦୦୦ କୋଟିର ଅତିରିକ୍ତ ସହାୟତା ଦିଆଯାଇଥିଲା। ଏନଡିଆରଏଫ୍‌ ପକ୍ଷରୁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ଦିଆଯାଇଛି।

Comments are closed.