Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆର ନୂଆ କିଟ୍‌ ଓ ଜର୍ସି ଅନାବରଣ କଲେ ରୋହିତ, ଜୟ ଶାହ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ଫଟାଫଟ୍‌ କ୍ରିକେଟର ମହାସମର ପାଇଁ ପ୍ରସ୍ତୁତ ସମସ୍ତ ଦଳ। ବିଶ୍ବକପ୍‌କୁ ନଜରରେ ରଖି ଭାରତୀୟ କ୍ରିକେଟ ଟିମର ନୂଆ କିଟ୍‌ ଅନାବରଣ ହୋଇଛି। ବିିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହ ଓ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନୂତନ କିଟ୍‌ ଅନାବରଣ କରିଛନ୍ତି।ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଆସନ୍ତା ଟି-୨୦ ବିଶ୍ୱକପରେ ଭାରତୀୟ ଟିମ ପିନ୍ଧିବାକୁ ଥିବା ଜର୍ସିକୁ ମଧ୍ୟ ଲଞ୍ଚ କରାଯାଇଛି।

ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପିନ୍ଧିବାକୁ ଥିବା ଜର୍ସିର କିଛି ଝଲକ ପୂର୍ବରୁ ହିଁ ଆଡିଡାସ ଫ୍ୟାନ୍ସଙ୍କୁ ଦେଇ ସାରିଥିଲା। ହେଲିକପ୍ଟର ଜରିଆରେ ଟି-୨୦ ବିଶ୍ୱକପ ଜର୍ସିକୁ ଧର୍ମଶାଲା ଷ୍ଟାଡିୟମରେ ରୋହିତ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଉପସ୍ଥିତିରେ ଲଞ୍ଚ କରାଯାଇଥିଲା।

ସୂଚନାଥାଉକି, ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ଜୁନ୍‌ ୨ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁନ୍‌ ୨୯ ତାରିଖରେ ଫାଇନାଲ ମୁକାବିଲା ଖେଳାଯିବ।

Leave A Reply

Your email address will not be published.