Odisha Link
Bridging the Missing Links in Odisha

ଦିଲ୍ଲୀ କିରାଡ଼ୀରେ ଭୟାଭୟ ଅଗ୍ନିକାଣ୍ଡ, ୮ ଦମକଳ ମୁତୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର କିରାଡ଼ୀ ଅଞ୍ଚଳରେ ଥିବା ଏକ ଫର୍ନିଚର ମାର୍କେଟରେ ଆଜି ପୂର୍ବାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାର୍କେଟର ଏକ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି। ୩ ମହଲା ବିଶିଷ୍ଟ ଏହି ଗୋଦାମ ପ୍ରାୟ ୩୦୦ ବର୍ଗ ମିଟର ଅଞ୍ଚଳରେ ଅବସ୍ଥିତ ଥିବାବେଳେ ଆଖପାଖ ଦୋକାନକୁ ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଗୋଦାମ ସମେତ ମାର୍କେଟରେ ବହୁ ପରିମାଣରେ କାଠ ନିର୍ମିତ ଆସବାବପତ୍ର ରହିଥିବାରୁ ଅନ୍ୟ ଦୋକାନଗୁଡ଼ିକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ଘଟଣା ସ୍ଥଳରେ ୮ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଉଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସମ୍ପର୍କରେ ସୂଚନା ମିଳିନାହିଁ।

Comments are closed.