Odisha Link
Bridging the Missing Links in Odisha

ଭାଇରାଲ ହେଲା ଯୋଗୀଙ୍କ ପ୍ରଥମ ସେଲଫି୍

କାନପୁର: ବର୍ତ୍ତମାନ ସେଲଫି ନିଶାରେ ପାଗଳ ଯୁବପିଢ଼ି। ଏବେ ଏହି ନିଶାରେ ଯୋଡ଼ି ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୁରୁବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର ଗସ୍ତରେ ଯାଇଥିଲେ। ସେଠାରେ ସେ ନମାମି ଗଙ୍ଗା ପ୍ରୋଜେକ୍ଟକୁ ବୁଲି ଦେଖିଥିଲେ। ଏହି ସମୟକୁ ସବୁଦିନ ମନେରଖିବା ପାଇଁ ସେ ସେଠାରେ ତାଙ୍କର ପ୍ରଥମ ସେଲଫି ନେଇଛନ୍ତି। ଯୋଗୀଙ୍କ ଏହି ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ବାହାଘରରେ ସେଲଫି ଉଠାଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସେଲଫି ଫଟୋ ମଧ୍ୟ ଖୁବ୍ ଭାଇରାଲ୍।

Comments are closed.