Odisha Link
Bridging the Missing Links in Odisha

କଂଗ୍ରେସର ଭାରତ ବଞ୍ଚାଅ ସମାବେଶ ଆଜି, ଟାର୍ଗେଟରେ ମୋଦି ସରକାର

ନୂଆଦିଲ୍ଲୀ: ଆଜି କଂଗ୍ରେସ ପକ୍ଷରୁୁ ଦିଲ୍ଲୀରେ ଭାରତ ବଞ୍ଚାଅ ସମାବେଶ ଆଯୋଜିତ କରାଯାଇଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ ଆଜି କଂଗ୍ରେସ ପକ୍ଷରୁ ଦିଲ୍ଲୀ ରାମଲୀଳା ମୈଦାନରେ ଏହି ସମାବେଶ ଅନୁଷ୍ଠିତ ହେଉଛି।

ଏହି ସମାବେଶର ମୁଖ୍ୟ ଉଦ୍ୟେଶ କୃଷକ ବିରୋଧୀ ନୀତି, ମହିଳାଙ୍କ ପ୍ରତି ବଢିଥିବା ହିଂସା, ନିଯୁକ୍ତି ଓ ସମ୍ବିଧାନ ଉପରେ ଆକ୍ରମଣ, ବିଜେପି ସରକାରର ବିଫଳତା ଓ ବୀଭାଜନକାରୀ ନୀତି ଇତ୍ୟାଦି ବିଷୟ ସମ୍ବଦ୍ଧରେ କରାଯାଉଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

ସମାବେଶରେ ଭାଗ ନେବାକୁ ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିବାବେଳେ ସମାବେଶକୁ ସଫଳ କରାଇବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି। ଏହି ସମାବେଶରେ କଂଗ୍ରେସ ନାଗରିକ ସଂଶୋଧନ ଆଇନ ପ୍ରସଙ୍ଗ ଉଠାଇବା ସହ ମୋଦୀ ସରକାରଙ୍କୁ ଘେରିବା ପାଇଁ ପ୍ରୟାସ କରିବ।

ଏଠାରେ ସୂଚନା ଥାଉ କି କଂଗ୍ରେସ ସଂସଦର ଦୁଇଟି ଗୃହରେ ଏହି ଆଇନକୁ ବିରୋଧ କରିଥିଲା। କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ଏହି ଆଇନ ଧର୍ମ ଆଧାରରେ ଦେଶକୁ ବିଭାଜନ କରିବା ପାଇଁ ପ୍ରୟାସ କରାଯାଇଛି।କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି ଆଇନ ସଂସଦରେ ପାରିତ ହେବା ଦିନ ଇତିହାସର କଳାଦିନ ବୋଲି କହିଥିଲେ।

Comments are closed.