Odisha Link
Bridging the Missing Links in Odisha

ଦୁର୍ଘଟଣା ପରେ ଗ୍ୟାସ୍‌ ଲିକ୍, ରାସ୍ତା ସିଲ୍

ସମ୍ବଲପୁର: ସମ୍ବଲପୁରରେ ଟ୍ୟାଙ୍କର ଓ ଟ୍ରକ ଧକ୍କା ପରେ ପରିସ୍ଥିତି ଭୟାବହ ହୋଇପଡିଛି। କାରଣ ଏଲପିଜି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରୁ ଗ୍ୟାସ ଲିକ ହେବାରେ ଲାଗିଛି। ସେଥିଲାଗି କୌଣସି ବଡଧରଣ ଦୁର୍ଘଟଣା ଏଡାଇବାକୁ ପୁରା ଅଂଚଳକୁ ଖାଲି କରିଛି ପୋଲିସ। ଏପରିକି ରାସ୍ତା ଘାଟକୁ ସିଲ କରିଦିଆଯାଇଛି। ଆଜି ସକାଳେ ଯୁଜୁମରା ଥାନା ଆଗରେ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିଲା। ସକାଳର ଘନ କୁହୁଡିରେ ଟ୍ରକକୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କର।
ଦୁର୍ଘଟଣା ସ୍ଥଳରେ ଦୁଇଟି ଯାକ ଗାଡିର ସମ୍ମୁଖ ଭାଗ ପୂରା ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ପରେ ଗାଡି ଦୁଇଟିରେ ନିଆଁ ଲାଗିଯିବାରୁ ଜଳି ଉଠିଥିଲା ଦୁଇଟି ଯାକ ଗାଡି। ଆଉ ଏଥିରେ ଜୀଅନ୍ତା ଜଳିଯାଇଛନ୍ତି ଦୁଇଟି ଯାକ ଗାଡିର ଡ୍ରାଇଭର। ଏଥିରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣା ପରେ ପରେ ଗାଡିର ହେଲପରଙ୍କ ପତା ମୁଳିନି । ପୋଲିସ ଓ ସ୍ଥାନୀୟ ଲୋକେ ପହଁଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ଯୁଯୁମରା ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ପ୍ରୟାସ ଚଳାଇଛ।

Comments are closed.