ପିଆଜ ଉପରେ ସିଏଏ ପ୍ରଭାବ!

ଭବନେଶ୍ବର: ରାଜ୍ୟରେ ପୁଣି ଥରେ ପିଆଜ ଦର ବଢ଼ିବାରେ ଲାଗିଛି। ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ସିଏଏକୁ ନେଇ ବିଭିନ୍ନ ସ୍ଥାନରେ ହିଂସାରେ ପରିବହନ ବାଧାପ୍ରାପ୍ତ ହୋଇଛି। ହିଂସା ଯୋଗୁଁ ପିଆଜ ବୋଝେଇ ଗାଡ଼ି ଆସପାରୁନାହିଁ। ଏଥିସହ ଦୁଇ ବା ତିନିଟି ସ୍ଥାନରେ ବର୍ଷା ହେବାରୁ ନୂଆ ପିଆଜ ଆସିପାରୁ ନାହିଁ। ପିଆଜ ଆସିଲେ ୨ ବା ୩ ଦିନ ଭିତରେ ଦର ଖସିବା ସମ୍ଭାବନା ରହିଛି ବୋଲି କହିଛନ୍ତି ଶ୍ରୀ ପଣ୍ଡା।