Odisha Link
Bridging the Missing Links in Odisha

ନାଗରିକତା ବିଲକୁ ନେଇ ଜାମିଆ-ଏମୟୁରେ ସ୍ଥିତି ଉତ୍ତେଜନା

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ନଗରଠାରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୋଲିସ ଓ ଛାତ୍ରୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଜାମିଆ ଅଞ୍ଚଳରେ ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମିଆ କ୍ୟାମ୍ପସ ସହିତ ଏଏମୟୁ କ୍ୟାମ୍ପସକୁ ୫ ଜାନୁଆରୀ ଯାଏଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ଘଟଣାରେ ପ୍ରାୟ ୫୦ ଜଣ ଛାତ୍ରୀଙ୍କୁ ପୋଲିସ ଧରି ନେଇ ଥାନାରେ ପ୍ରାୟ ଛଅ ଘଣ୍ଟା ଅଟକ ରଖଥିଲା। କେବଳ ସେତିକି ନୁହେଁ ପରିସ୍ଥିତି ଏଭଳି ଭୟଙ୍କର ହୋଇଥିଲା କି, ଜାମିଆ ମିଲିଆ ଇସଲାମିଆର ଛାତ୍ର କୁହାଯାଉଥିବା ପ୍ରତିବାଦକାରୀମାନେ ରବିବାର ଦିନ ତିନୋଟି ବସ ପୋଡି ଦେଇଥିଲେ । ଦମକଳ ଗାଡି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ମୋଟ ୬ ଜଣ ପୋଲିସ ଓ ଦୁଇଟି ଅଗ୍ନିଶମ ସେବା କର୍ମଚାରୀ ଆହତ ହୋଇଥିଲେ । ଏଥି ସହିତ ପ୍ରତିବାଦ ଶେଷ କରିବାକୁ ଦିଲ୍ଲୀ ପୋଲିସ ପ୍ରତିବାଦକାରୀମାନଙ୍କୁ ନିବେଦନ କରିବା ସହ କହିଥିଲେ କି, ପ୍ରତିବାଦକାରୀମାନଙ୍କୁ ସେମାନଙ୍କ ରହଣି ସ୍ଥାନରେ ଛାଡି ଦେବାକୁ ବ୍ୟବସ୍ଥା କରାଯାଇଛି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ମିରଠ , ବୁଲନ୍ଦସହର, କାମଗଞ୍ଜ, ବାଗପଥ, ସହାରନପୁର ଏବଂ ବରେଲୀରେ ୧୪୪ ଧାରା ଜାରି କରାଯାଇଛି । ଜାମିଆ ଛାତ୍ର ଓ ପୋଲିସ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଦିଲ୍ଲୀରେ ଟ୍ରାଫିକ୍ ପୋଲିସ ସରୀତା ବିହାରରୁ କାଳନ୍ଦୀ କୁଞ୍ଜ ଯାଏଁ ଟ୍ରାଫିକ ସେବା ବନ୍ଦ ରଖିଛି ।

Comments are closed.