ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ ଦେଲେ କୋର୍ଟ

ବାଲେଶ୍ୱର: ଆଜି ବାଲେଶ୍ବର ଜିଲ୍ଲାର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତବର୍ଷ ଜୁନ ୬ ତାରିଖରେ ସୋର ଥାନା ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ।
ସେତେବେଳେ ଘଟିଥିବା ଏଭଳି ଘଟଣା ରାଜ୍ୟରେ ଚହଳ ପକାଇଥିଲା। ତେବେ ରାତିରେ ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ପ୍ରକାଶ ଜେନା ତାଙ୍କୁ ଖଳାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ଆଜି ପୋସ୍କୋ କୋର୍ଟରୁ ଆସିଥିବା ରାୟ ପରେ ସାଧାରଣରେ ଖୁସି ଦେଖିବାକୁ ମିଳିଛି। ଝିଅକୁ ନ୍ୟାୟ ମଳିଛି ବୋଲି ମଧ୍ୟ ପରିବାର ଲୋକେ ପ୍ରକାଶ କରିଥିବା ବେଳେ ଗ୍ରାମବାସୀ କୋର୍ଟଙ୍କ ରାୟକୁ ପ୍ରଶଂସା କରିଛନ୍ତି।