Odisha Link
Bridging the Missing Links in Odisha

କ୍ୟପିଟାଲ୍‌ ହସ୍‌ ପିଟାଲ୍‌ରେ ଖୁବ୍‌ ଶୀଘ୍ର ଉପଲବ୍ଧ ହେବ ଉନ୍ନତ ମାନର ହୃଦରୋଗ ଚିକିତ୍ସା

ଭୁବନେଶ୍ୱର : କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ର ହୃଦ୍‌ ବିଭାଗରେ ବିଶିଷ୍ଟ ହୃଦ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ଦାସ ନିର୍ଦ୍ଦେଶକ ଭାବରେ ଆଜି ଯୋଗଦାନ କରିଛନ୍ତି । ଫଳରେ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ରେ ହୃଦରୋଗଜନିତ ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇ ପାରିବ ।

ଏଠାରେ ପ୍ରଥମ ଥର ପାଇଁ ଶିଶୁମାନଙ୍କର ହୃଦ ଅସ୍ତ୍ରୋ ପଚାର ସୁବିଧା ମିଳି ପାରିବ । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବିଭାଗୀୟ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ର ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ କ୍ରମାଗତ ଭାବେ ହୃଦରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଂପୃକ୍ତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିଲେ, କିନ୍ତୁ ଆଜିଠାରୁ ରାଜ୍ୟର ହୃଦରୋଗୀ ଆଉ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ । କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ରେ ହୃଦରୋଗର ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ଅତ୍ୟାଧୁନିକ ହୃଦରୋଗ ଚିକିତ୍ସା କେନ୍ଦ୍ର ଆଜିଠାରୁ ଖୋଲାଯାଇଛି । ଏହି କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଡାକ୍ତର ପି.କେ. ଦାସ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ରାଜ୍ୟରୁ ହଜାର ହଜାର ହୃଦରୋଗୀ ବେଙ୍ଗାଲୁରୁ ଯାଇ ଡାକ୍ତର ପି.କେ. ଦାସଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ଆଜିଠାରୁ ଏହି ରୋଗୀଙ୍କୁ ଆଉ ବେଙ୍ଗାଲୁରୁ ଯିବାକୁ ପଡ଼ିବ ନାହିଁ । କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ ପୂର୍ବରୁ ମାସକୁ ହାରାହାରି ୭ଟି ଆଞ୍ଜିଓ ପ୍ଲାଷ୍ଟ, ଷ୍ଟେଣ୍ଟିଂ ହେଉଥିଲା । ଡାକ୍ତର ଦାସ ଓ ତାଙ୍କ ସହଯୋଗୀ ଯୋଗଦେବା ପରେ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ରେ ଦୈନିକ ୧୫ରୁ ୨୦ ଜଣ ରୋଗୀଙ୍କ ଆଞ୍ଜିଓ ପ୍ଳାଷ୍ଟ ହୋଇ ପାରିବ ।

ଏଥି ସହ ହୃଦରୋଗୀଙ୍କ ଅନ୍ୟାନ୍ୟ ଜଟିଳ ସମସ୍ୟାର ସହଜ ତଥା ଗୁଣାତ୍ମକ ଚିକିତ୍ସା ଏଠାରେ ସମ୍ଭବ ହୋଇ ପାରିବ । ଖ୍ୟାତିସଂପନ୍ନ ଡାକ୍ତର ପି.କେ. ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ହୃଦରୋଗୀଙ୍କ ଉତ୍ତମ ତଥା ଗୁଣାତ୍ମକ ଚିକିତ୍ସା ସୁବିଧା କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ରେ ମିଳି ପାରିବ । ଏଥି ନିମନ୍ତେ ହୃଦ୍‌ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । କୌଣସି ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ଏଠାରେ ସୂଚନାଯୋଗ୍ୟ ଯେ ଡା. ପ୍ରଭାତ କୁମାର ଦାସ, ଏମ୍‌.ଡି., ଡି.ଏମ୍‌ କାର୍ଡିଓଲୋଜି ଏଫ୍‌ଏସିସି, ସତ୍ୟସାଇ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହାୟର ମେଡିକାଲ୍‌ ସାଇନ୍ସ, ହ୍ୱାଇଟ୍‌ ଫିଲï ବେଙ୍ଗାଲୁରୁ ଓ ପୁଟ ପୂର୍ତ୍ତିଠାରେ ହେଡ୍‌ ଅଫ୍‌ ଦିଡି ପାର୍ଟମେଣ୍ଟ ଭାବେ କାର୍ଯ୍ୟକରି ଆସୁଥିଲେ । ଡା. ଦାସ ଭାରତର ଜଣେ ସ୍ୱନାମଧନ୍ୟ କାର୍ଡିଓଲୋଜିଷ୍ଟ ଅଟନ୍ତି ।

ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ କାକଟ ପୁରଠାରେ ୧୯୫୫ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିବା ଡା. ଦାସ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ରୁ ୧୯୭୯ ମସିହାରେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ କଲେଜରୁ ୧୯୮୩ ମସିହାରେ ଏମ୍‌.ଡି ଭାବେ ଉତ୍ତୀର୍ଣ୍ଣ ହୋଇ ୧୯୯୦ରେ ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ କାର୍ଡିଓଲୋଜିରେ ଡି.ଏମ୍‌ କରିଥିଲେ ।

ଏହା ସହିତ ଆମେରିକାନ୍‌ କଲେଜ୍‌ ଅଫ୍‌ କାର୍ଡିଓଲୋଜିରୁ ଏଫ୍‌.ଏ.ସିସି ଫେଲୋସି ପ୍‌ ଓ କାର୍ଡିଓଭାସ୍କୁଲାର ସୋସାଇଟି ଅଫ୍‌ ଆଞ୍ଜିଓଗ୍ରାଫି ଆଣ୍ଡ ଇଣ୍ଟରଭେନ୍‌ସନ୍ସରୁ ଏଫ୍‌.ଏସ୍‌.ସି.ଏ.ଆଇ ଫେଲୋ ଭାବେ କାର୍ଡିଓଲୋଜି ଚିକିତ୍ସା କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଓ ଗବେଷଣା କରି ଚିକିତ୍ସା ଓ ସେବା କ୍ଷେତ୍ରରେ ଲୋକ ପି୍ରୟତା ହାସଲ କରିଛନ୍ତି ।

ଗରିବ ଓ ସମାଜର ତଳସ୍ତରରେ ଥିବା ସାଧାରଣ ଲୋକଙ୍କୁ ବିନାମୂଲ୍ୟରେ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସତ୍ୟସାଇ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହାୟର ମେଡିକାଲ ସାଇନ୍ସରେ ୧୯୯୬ରୁ ନିରବଚ୍ଛିନ୍ନ ଭାବେ ସେବା ପରି ଆସୁଛନ୍ତି । ଡା. ଦାସ ଆଜି ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ହୃଦରୋଗୀଙ୍କର ସଫଳ ଚିକିତ୍ସା କରିଛନ୍ତି । ନନ୍‌- କରୋନାରୀ ଇଣ୍ଟରଭେନ୍‌ଟିଓନାଲିଷ୍ଟ ଭାବେ ଡା. ଦାସ ଭାରତରେ ଜଣେ ଆଗଧାଡ଼ିର ଡାକ୍ତର ଭାବେ
ଖୁବ୍‌ ପରିଚିତ । କ୍ଲିନିକାଲ୍‌ କାର୍ଡିଓଲୋଜି କ୍ଷେତ୍ରରେ ଡା. ଦାସଙ୍କର ୨୬ରୁ ଊଦ୍ଧ୍ୱର୍ ବର୍ଷର ଅଭିଜ୍ଞତା ରହିଛି ଓ ପ୍ରାୟ ୫୦ରୁ ଅଧିକ ଛାତ୍ରଙ୍କୁ କାର୍ଡିଓଲୋଜି କ୍ଷେତ୍ରରେ ଉଚ୍ଚତର ତାଲିମ ପ୍ରଦାନ କରିଛନ୍ତି । ଭାରତର
ସୁନାମଧନ୍ୟ କାର୍ଡିଓଲୋଜିଷ୍ଟ ଓ ଓ୍ୱାସିର୍‌ ଗୋଲï ମେଡାଲିଷ୍ଟ ଡା. ଦୀ ପକ କ୍ରିଷ୍ଣମୂର୍ତ୍ତି, ଡା. ରୋହିତ୍‌, ଡ. କେଶବ ପ୍ରମୁଖ ଡା. ଦାସଙ୍କଠାରୁ ଶିକ୍ଷା ଗ୍ରହଣ କରି ଆଜି ସଫଳ ହୋଇ ପାରିଛନ୍ତି । ଡା. ଦାସ
କାର୍ଡିଓଲୋଜି ସୋସାଇଟି ଅଫ୍‌ ଇଣ୍ଡିଆ, ପ୍ରେଡିଆଟିକ୍‌ କାର୍ଡିଓଲୋଜି ସୋସାଇଟି ଅଫ୍‌ ଇଣ୍ଡିଆ ଓ ଇଣ୍ଟରନ୍ୟାସନାଲ୍‌ କାର୍ଡିଓଲୋଜି ସୋସାଇଟିର ଆଜୀବନ ସଭ୍ୟ ଭାବେ ରହି ଆସିଛନ୍ତି ।

ଇଂଲଣ୍ଡର କେମ୍ରିଜ ୟୁନିଭରସିଟିର ଇଣ୍ଟରନ୍ୟାସନାଲ୍‌ ବାଇଓଗ୍ରାଫିକାଲ୍‌ ସେଣ୍ଟର ପକ୍ଷରୁ ଉଲ୍ଲେଖନୀୟ ପ୍ରଫେସନାଲ୍‌ ଭାବେ ଓ୍ୱାଲ୍ଡର୍ଓ୍ୱାଇଡ୍‌ ଆଓ୍ୱାର୍ଡ ୨୦୦୭ ମସିହା ପାଇଁ ମନୋନୀତ ହୋଇଥିବାବେଳେ ୨୦୦୮ରେ ରାଷ୍ଟ୍ରୀୟ ରନି ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୧୭ରେ ସାଇବାବା ଫାଉଣ୍ଡେସନ୍‌ ପକ୍ଷରୁ ସର୍ବଭାରତୀୟ ସାଇ ମେଡିକାଲ୍‌ ସମ୍ମିଳନୀ ଅବସରେ ସମ୍ମାନଜନକ ସାଇ ଧନ୍ୱନ୍ତରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ଡା. ଦାସ ଜଣେ ପ୍ରଫେସର ଓ କାର୍ଡିଓଲୋଜିଷ୍ଟ ଭାବରେ ବେଶ୍‌ ଜଣାଶୁଣା । ତାଙ୍କର ବହୁ ଗବେଷଣାଲବ୍ଧ ତଥ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଜର୍ଣ୍ଣାଲରେ ପ୍ରକାଶିତ । ଏହି ଅବସରରେ ମନ୍ତ୍ରୀ ଦାସ କହିଲେ ଯେ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ର ହୃଦ ବିଭାଗକୁ ଖୁବ୍‌ଶୀଘ୍ର ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଭାବେ ପରିଣତ କରାଯିବ । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କାର୍ଡିଓଲୋଜି ଚିକିତ୍ସା ଉ ପଲବ୍ଧ କରାଯିବ । ଏଥି ପାଇଁ ସରକାର ଖୁବ୍‌ ତତ୍ପର ଅଟନ୍ତି । ଫଳରେ ରାଜ୍ୟର ସମସ୍ତ ହୃଦରୋଗୀ ଚିକିତ୍ସା ସେବା ପାଇ ପାରିବେ ।

Comments are closed.