ନକଲି ଶିକ୍ଷକ ନିଲମ୍ବିତ

ଭଦ୍ରକ: ଜାଲ ପ୍ରମାଣପତ୍ର ଦେଇ ଚାକିରି ଅଭିଯୋଗରେ ଶିକ୍ଷକ ନିଲମ୍ବିତ ହୋଇଛନ୍ତିି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆପତିରା ୟୁଜିଏମଇ ସ୍କୁଲର ସରକାରୀ ଶିକ୍ଷକ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ବିଶ୍ବନାଥ ସେଠୀଙ୍କୁ ନିଲମ୍ବିତ କରିଛନ୍ତି ବନ୍ତ ବ୍ଲକ ଶିକ୍ଷାଅଧିକାରୀ। ଜାଲ୍ ସିଟି ସାର୍ଟିଫିକେଟରେ ୧୪ ବର୍ଷ ଶିକ୍ଷକତା କରିଥିଲେ ବିଶ୍ବନାଥ। ଆରଟିଆଇ ତଥ୍ୟ ମାଗିବା ପରେ ଜଣେ ଅଭିଭାବକ ଅଭିଯୋଗ କରିଥିଲେ।