ବରଗଡ଼ ଧନୁଯାତ୍ରା: ମିଳୁନାହାନ୍ତି ଗଜରାଜ!

ବରଗଡ଼: ୨୦୧୯ର ଶେଷଦିନରେ ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥାନ୍ତି କଂସ ମହାରାଜା। କଂସ ମହାରାଜ ହାତୀ ଉପରେ ବସି ନଗର ପରିଭ୍ରମଣ କରିବା ଦୃଶ୍ୟ ଧନୁଯାତ୍ରାର ସବୁଠୁ ଆକର୍ଷଣୀୟ ଦୃଶ୍ୟ ହୋଇଥାଏ। ହେଲେ ମିଳୁଥିବା ଖବର ଅନୁଯାୟୀ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ମିଳୁନି ହାତୀ।
ମହାରାଜ କଂସଙ୍କ ପାଇଁ ଉତ୍ତରପ୍ରଦେଶରୁ ଆସିବ ଗଜରାଜ। ହେଲେ ମନ୍ତ୍ରୀଙ୍କ ପାଇଁ ମିଳୁନି ହାତୀ। ଏବେ ବି ଆଉ ଗୋଟିଏ ହାତୀ ଆଣିବା ପାଇଁ ଖୋଜାଖୋଜି ଚାଲିଛ। ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜା କଂସ ଓ ତାଙ୍କ ମନ୍ତ୍ରୀଙ୍କ ପାଇଁ ସବୁବର୍ଷ ଦୁଇଟି ହାତୀ ଆସିଥାଏ। କିନ୍ତୁ ଚଳିତ ବର୍ଷ କଂସଙ୍କ ପାଇଁ ହାତୀ ମିଳିଯାଇଥିବାବେଳେ ମନ୍ତ୍ରୀଙ୍କ ପାଇଁ ହାତୀ ମିଳି ପାରିନାହିଁ।
ହାତୀରେ ବସି ମହାରାଜା ଓ ତାଙ୍କ ମନ୍ତ୍ରୀ ନଗର ପରିକ୍ରମଣ କରିଥାନ୍ତି। ଏହା ଧନୁଯାତ୍ରାର ଶୋଭାକୁ ବହୁଗୁଣିତ କରିଥାଏ । ଚଳିତ ମାସ ୩୧ରେ ଧନୁଯାତ୍ରା ଆରମ୍ଭ ହେବାକୁ ଥିବାରୁ ଏହା ପୂର୍ବରୁ କିଭଳି ଏକ ହାତୀ ଯୋଗାଡ ହୋଇପାରିବ ତାହା ଆୟୋଜକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ।