Odisha Link
Bridging the Missing Links in Odisha

ଦ୍ବିତୀୟ ଦିନିକିଆ: ଭାରତର ଦମଦାର ପ୍ରଦର୍ଶନ, ରାହୁଲ-ରୋହିତଙ୍କ ଅର୍ଦ୍ଧଶତକ

ବିଶାଖାପଟନମ: ଭାରତ ଦିନିକିଆ ସିରିଜର କର ବା ମର ମ୍ୟାଚ ଅର୍ଥାତ୍ ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଦ୍ବିତୀୟ ଦିନିକିଆରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ଦଳର ଦୁଇ ଅପନର ରୋହିତ ଶର୍ମା ଓ କେ ଏଲ ରାହୁଲ। ଉଭୟେ ମିଶି ଦଳକୁ ଏକ ଦମଦାର ଆରମ୍ଭ ଦେଇଛନ୍ତି।

ରାହୁଲ-ରୋହିତ ଯୋଡି ଚମତ୍କାର ଶଟ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଛନ୍ତି।। ରାହୁଲ ମାତ୍ର ୪୬ଟି ବଲରେ ତାଙ୍କ ଦିନିକିଆ କ୍ୟାରିୟରର ୫ମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଏହି ଅର୍ଦ୍ଧଶତକୀୟ ଇନିଂସରେ ବର୍ତ୍ତମାନ ସୁଦ୍ଧା ୩ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିଭଳି ରୋହିତ ଶର୍ମା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଶେଷ ଖବର ଲେଖାହେବା ସୁଦ୍ଧା ସେହିପରି ରୋହିତ ୯୦ ବଲରେ ୭୭ ରନ କରି ଅପରାଜିତ ରହିଛନ୍ତି। ଅନ୍ୟପଟେ କେ ଏଲ ରାହୁଲ ୮୨ ବଲରେ ୮୩ ରନ୍‌ କରି ଅପରାଜିତ ଅଛନ୍ତି। ଶେଷ ଖବର ସୁଦ୍ଧା ଟିମ ଇଣ୍ଡିଆ ୨୯ ଓଭରରେ ବିନା କ୍ଷତିରେ ୧୬୭ ରନ୍‌ କରିଛି।

Comments are closed.