Odisha Link
Bridging the Missing Links in Odisha

ସଡ଼କ ସୁରକ୍ଷା ଦେଖିବ ଆଇଆଇଟି

ଭୁବନେଶ୍ୱର: ଏଣିକି ଯାନବାହାନ ଚଳାଚଳ ଓ ସୁରକ୍ଷା ସମସ୍ୟାର ଅଡିଟ କରିବ ଥାର୍ଡ ପାର୍ଟି। ଆଇଆଇଟି ଭୁବନେଶ୍ୱର ୬ ମାସରେ ଅଡିଟ କରି ରିପୋର୍ଟ ପ୍ରଦାନ କରିବ। ସଡ଼କ ଦୁର୍ଘଟଣା ସମୀକ୍ଷା ପରେ ପରିବହନ ସଚିବ ଜି.ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି।
ଏହାଛଡ଼ା ସେ କହିଛନ୍ତି ଯେ, ଇଞ୍ଜିନିୟରିଂ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୁର୍ଘଟଣା ପ୍ରବଣ ସ୍ପଟ ଚିହ୍ନଟ କରିବେ। ଦୁର୍ଘଟଣା ପ୍ରବଣ ଚିହ୍ନଟ ହୋଇଥିବା ୫ଟି ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ସମ୍ବଲପୁର, ଜୟପୁର ଓ ଝାରସୁଗୁଡ଼ାରେ ବି ଦୁର୍ଘଟଣାଗ୍ରସ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ। ରାଜପଥରେ ୧୪୫୨ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି। ଖୁବଶୀଘ୍ର ସେଗୁଡ଼ିକର ମରାମତି କରାଯିବ ବୋଲି ପରିବହନ ସଚିବ ଜି.ଶ୍ରୀନିବାସନ ସୂଚନା ଦେଇଛନ୍ତି।

Comments are closed.