Odisha Link
Bridging the Missing Links in Odisha

CAA ଦେଶର ମୁସଲିମଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ: ଶାହି ଇମାମ୍

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳୁଛି ତ ଆଉ କିଛି ସ୍ଥାନରେ ସମର୍ଥନ ଦେଖିବାକୁ ମିଳୁଛି।। ଏହାରି ମଧ୍ୟରେ ସିଏଏକୁ ନେଇ ମୁହଁ ଖୋଲିଛନ୍ତି ଦିଲ୍ଲୀ ଜମା ମସଜିଦର ମୁଖ୍ୟ ଶାହି ଇମାମ୍ ସଇଦ ଅହମଦ ବୁଖାରୀ।

ସେ ଆଜି କହିଛନ୍ତି ଯେ, ଦେଶର ମୁସଲିମଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏନଆରସି ଆଇନ ତିଆରି ହୋଇନାହିଁ। ତେଣୁ ସିଏଏକୁ ନେଇ ଭୟଭୀତ ନ ହେବାକୁ ଦେଶର ମୁସଲମାନ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇଛନ୍ତି ଦିଲ୍ଲୀ ଜମା ମସଜିଦର ମୁଖ୍ୟ ଶାହି ଇମାମ୍ ସଇଦ ଅହମଦ ବୁଖାରୀ।

ବିରୋଧ କରିବା ଦେଶର ଗଣତାନ୍ତ୍ରିକ ଅଧିକାର। ଆନ୍ଦୋଳନ କରିବାର ଅଧିକାରରୁ କେହି ବଂଚିତ କରିପାରିବ ନାହିଁ ବୋଲି ସେ କହିଛନ୍ତି। ନାଗରିକ ସଂଶୋଧନ ଆଇନକୁ ନେଇ ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ସିଲମପୁର ଏବଂ ଜାଫରାବାଦରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଶାହି ଇମାମ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ସିଏଏ ଓ ଏନଆରସି ମଧ୍ୟରେ ପାର୍ଥକ୍ୟ ରହିଛି। ସିଏଏ ଆଇନରେ ପରିଣତ ହୋଇଛି। ଏନଆରସି ବାବଦରେ ଘୋଷଣା ହୋଇଛି ହେଲେ ଆଇନରେ ପରିଣତ ହୋଇନି। ସିଏଏ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ମୁସଲମାନ ଶରଣାର୍ଥୀ ମାନଙ୍କୁ ନାଗରିକତ୍ୱ ମିଳିବ ନାହିଁ। ଏହି ନିୟମ ଭାରତରେ ରହୁଥିବା ମୁସଲମାନମାନଙ୍କ ଉପରେ ଲାଗୁ ନୁହେଁ।

Comments are closed.